ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ

ରାଉରକେଲା,୧୪/୧୨ : ବାସନ୍ତୀ କଲୋନୀ ଫେଜ ୧,ଏଲ ବ୍ଲକ୍ ସ୍ଥିତ ଚିଲଡ୍ରେନ ପାର୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବାବେଳେ ପିଲାମାନଙ୍କ ପାଇଁ କୌଣସି କ୍ରୀଡା ସରଞ୍ଜାମ ନାହିଁ। କ୍ରୀଡା ସାମଗ୍ରୀର ରକ୍ଷଣାବେକ୍ଷଣର ଅଭାବ। ଏହା ସହ ଅସାମାଜିକ ତତ୍ବଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ମୁନସିପାଲଟିର ବିଭାଗୀୟ ଅଧିକାରୀଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଦେବାକୁ ଜଣାଇଥିଲେ। ଏ ସମ୍ପର୍କରେ ପ୍ରିୟବ୍ରତ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଏ ସମ୍ପର୍କରେ ଗତ ନଭେମ୍ବର ୮ ତାରିଖରେ ଜେଇ ସୁଶାନ୍ତ ପାତ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ଫୁଟପାଥ, ଆଲୋକିକରଣ, ଜିମ ଉପକରଣର ମରାମତି, ଡଷ୍ଟବିନ, ବସିବା ପାଇଁ ଚେୟାର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏ ସମ୍ପର୍କରେ ଆମେ ୪ବର୍ଷ ହେଲାଣି ଦୌଡୁଛୁ । କେହି ଆମ କଥା ଶୁଣୁନାହାନ୍ତି।
ସୂଚନାଯୋଗ୍ୟ ଯେ ରାଉରକେଲା ମ୍ୟୁନିସିପାଲଟି ଅନ୍ତର୍ଗତ ପ୍ରାୟ ୧୬୦ଟି ପାର୍କରୁ ଛେଣ୍ଡରେ ୩୮ ଟି, କୋଏଲ ନଗର ରେ ୪୨ଟି, ବାସନ୍ତୀ କଲୋନୀରେ ୧୯ ଟି ପାର୍କ ଥିବାବେଳେ ସହରର ବିଭିନ୍ନ ଅଂଚଳରେ ବାକି ପାର୍କ ସବୁ ଅଛି। ଏଥି ମଧ୍ୟରୁ ୩୭ଟି ପାର୍କ ଏସଏଚଜି ଗୃପ ଚଳାଇଥାନ୍ତି। ତେବେ ବାସନ୍ତୀ କଲୋନୀ ର ଏହି ପାର୍କ ଟି ୨୦୨୨ ମସିହାରେ ମୁକ୍ତା ଯୋଜନାର ଅନ୍ତର୍ଗତ ଥିଲା। ସେହି ସମୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏ ସମ୍ପର୍କରେ ଜେଇ ଶ୍ରୀ ପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ରେ ବହୁତ ଗୁଡିଏ କାମ କରିସାରିଛୁ। ବାକି ଯାହା ରହିଛି ତାକୁ ଶିଘ୍ର ସାରିଦେବୁ। ତେବେ ଏ ସମ୍ପର୍କରେ ପୁଣି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ପ୍ରକୃତରେ କାହା କଥା ଠିକ୍ ତାହା ଜଣାପଡ଼ିବ।