ବୈତରଣୀ ସାହିତ୍ୟ ସମ୍ମାନ -୨୦୨୪ ଘୋଷଣା

ଭୁବନେଶ୍ବର, ୮/୧୧ : ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଜିଲ୍ଲା ସଂସ୍କୃତି ବିଭାଗ, କେନ୍ଦୁଝର ଏବଂ ଓଡ଼ିଆ ଭାଷା ସାହିତ୍ୟ ବିଭାଗ , ଆନନ୍ଦପୁର ମହାବିଦ୍ୟାଳୟ ସହଯୋଗରେ ନଭେମ୍ୱର ୯ ତାରିଖରେ ପ୍ରଥମ ବୈତରଣୀ ସାହିତ୍ୟ ଉତ୍ସବ-୨୦୨୪ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ ଚାରିଜଣ ସାହିତ୍ୟିକଙ୍କୁ ବୈତରଣୀ ସମ୍ମାନ ପ୍ରଦାନ କରାଯିବା ପାଇଁ ଆଯୋଜକ ତରଫରୁ ଘୋଷଣା କରାଯାଇଛି ।
ଏହି କ୍ରମରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାୟରେ କାର୍ଯ୍ୟରତ ସହକାରୀ ପ୍ରଫେସର ଶ୍ରୀଯୁକ୍ତ ଶିଶିର ବେହେରାଙ୍କୁ ବୈତରଣୀ ପ୍ରବନ୍ଧ ସମ୍ମାନ -୨୦୨୪, ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଅମିୟ ବେଜଙ୍କୁ ବୈତରଣୀ ଗଳ୍ପ ସମ୍ମାନ -୨୦୨୪, ବିଶିଷ୍ଟ ଔପନ୍ୟାସିକ ଶ୍ରୀମତୀ ସୁଜାତା ମହାପାତ୍ରଙ୍କୁ ବୈତରଣୀ ଉପନ୍ୟାସ ସମ୍ମାନ-୨୦୨୪ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ପ୍ରଫେସର ଶ୍ରୀଯୁକ୍ତ ସୁଧା ଦାଶଙ୍କୁ ବୈତରଣୀ କବିତା ସମ୍ମାନ -୨୦୨୪ରେ ସମ୍ମାନିତ କରାଯିବା ପାଇଁ ଘୋଷଣା କରାଯାଇଅଛି ।
ସେମାନଙ୍କ ସାହିତ୍ୟିକ କୃତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ଆୟୋଜକ ତଥା ନେକ୍ସଟ୍ ଇଣ୍ଡିଆ ଜର୍ଣ୍ଣାଲ୍ ଏବଂ "ମୋ ସଂସ୍କୃତି"ର ସମ୍ପାଦକ ତ୍ରିଲୋଚନ ସାହୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, କବି ଏବଂ ସୁଧିବୃନ୍ଦ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।