ବଜ୍ରକବାତି ମାରୁତି କମ୍ପ୍ଲେକ୍ସ, କଟକରେ ପୁନଃ ଉଦଘାଟନ ହେଲା ‘ହିମାଳୟ ଅପ୍ଟିକାଲ’ର ନୂଆ ଷ୍ଟୋର, ସ୍ୱତନ୍ତ୍ର ଲେନ୍ସ ଉପରେ ଫ୍ରେମ୍ ମାଗଣା

ବଜ୍ରକବାତି ମାରୁତି କମ୍ପ୍ଲେକ୍ସ, କଟକରେ ପୁନଃ ଉଦଘାଟନ ହେଲା ‘ହିମାଳୟ ଅପ୍ଟିକାଲ’ର ନୂଆ ଷ୍ଟୋର, ସ୍ୱତନ୍ତ୍ର ଲେନ୍ସ ଉପରେ ଫ୍ରେମ୍ ମାଗଣା

ଭୁବନେଶ୍ବର, ୧୯/୧୧ : ଅତୀତ ଓ ଭବିଷ୍ୟତର ସାଥୀ ହେଉଛି ଦୁଇ ଆଖି । ଭଲ ଦେଖିବା ଓ ସ୍ବଚ୍ଚ ଦେଖିବା ହେଉଛି ଗୁରୁତ୍ବପୁର୍ଣ୍ଣ କାମ । ଏହି ଧାରାରେ ଭାରତୀୟ ବଜାରରେ ଅନେକ ବଡ ବଡ ଅପ୍ଟିକାଲ ଶିଳ୍ପ ରହିଛି । ଯାହା ମାନବ ସମାଜର ହିତ ସାଧନ ପାଇଁ କାମ କରିଆସୁଛି । ଏହା ମଧ୍ୟରେ ଲୋକଙ୍କ ବିଶ୍ବାସ ଓ ଭରସା ଯିତିଥିବା କମ୍ପାନୀ ହେଉଛି ‘ହିମାଳୟ ଅପ୍ଟିକାଲ’ ।

ଯାହା ୧୯୩୫ ମସିହାରୁ ସ୍ଥାପିତ ହୋଇ ଏଯାବତ ନିଜର ସେବା ଜାରି ରଖିଛି । ବର୍ତ୍ତମାନ ଏହା କଟକ, ବଜ୍ରକବାତି ମାରୁତି କମ୍ପ୍ଲେକ୍ସରେ ପୁଣି ନୂତନ ଭାବରେ ଶୁଭମୁକ୍ତି ହୋଇସାରିଛି । ଏହି ଆୟୋଜନ ସଭାରେ ମୁଖ୍ୟ ଆକର୍ଷଣ ଭାବରେ ଉପସ୍ଥିତ ରହିଥିଲେ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

କଟକରେ ପୁନଃ ଉଦଘାଟନ ହୋଇଥିବା ଏହି ଅପ୍ଟିକାଲ ସୋରୁମରେ ଗ୍ରାହକ ଅନେକ ପ୍ରକାରର ଫ୍ରେମ୍ ଓ ଲେନ୍ସ ପାଇପାରିବେ । ଗ୍ରାହକଙ୍କ ମନ ଜାଣି ସୋରୁମରେ ଆନ୍ତର୍ଜାତୀୟ ବ୍ରାଣ୍ଡକୁ ସାମିଲ କରାଯାଇଛି ଯେଉଁଥିରେ ଭର୍ସେକ୍, ଗୁଚ୍ଚି ମୌଜିମ୍, ରେ ବ୍ୟାନ୍, ମୋଣ୍ଟ ବ୍ଲାଙ୍କ୍, ବରବରୀ, ପ୍ରାଡ଼ା ଇତ୍ୟାଦି ବ୍ରାଣ୍ଡର କଲେକ୍ସନ ରଖାଯାଇଛି । ଗ୍ରାହକଙ୍କୁ ସମ୍ପୁର୍ଣ୍ଣ ଭାବରେ ସନ୍ତୁଷ୍ଟ କରିବା ସହିତ ମାନବ ସମାଜର ଜୀବନଶୈଳୀ ପରିବର୍ତ୍ତନ କରିବା ଲକ୍ଷରେ ଆରମ୍ଭ ହୋଇଥିବା ‘ହିମାଳୟ ଅପ୍ଟିକାଲ’ର ଏହି ସୋରୁମରେ ଆଧୁନିକ ଯନ୍ତ୍ରପାତି ଖଞ୍ଜା ଯିବା ସହିତ ଗ୍ରାହକଙ୍କ ଚାହିଦାନୁସାରେ ସ୍ବୟଂ ଚାଳିତ ରୋବୋଟ୍ ଯନ୍ତ୍ରପାତିର ବ୍ୟବହାର କରାଯାଇଛି । ଚକ୍ଷୁ ଫ୍ୟାସନ୍ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ନୂଆ ବିପ୍ଳବ କହିବା କିଛି ଭୁଲ ହେବାନାହିଁ । 

‘ହିମାଳୟ ଅପ୍ଟିକାଲ’ର ପରିଚାଳନା ନିର୍ଦ୍ଦେଶକ ଦେବାଂଶ ବିନାଣୀ ନିଜ ମତ ରଖି କହିଛନ୍ତି ଯେ ଗ୍ରାହକଙ୍କ ସେବା ହେଉଛି ତାଙ୍କର ମୂଳ ଲକ୍ଷ । କଟକ ବଜ୍ରକବାତି ମାରୁତି କମ୍ପ୍ଲେକ୍ସରେ ପୁନଃ ଉଦଘାଟନ ହୋଇଥିବା ଏହି ସୋରୁମରେ ଗ୍ରାହକଙ୍କ ପସନ୍ଦକୁ ପ୍ରଥମେ ଧ୍ୟାନ ଦିଆଯିବ । ‘ହିମାଳୟ ଅପ୍ଟିକାଲ’ ହେଉଛି ଏକ ବିଶ୍ବସ୍ତ ସାଥୀ ଯିଏ ନିଜ ଭିଜନ୍ ବା ଚକ୍ଷୁ ପାଇଁ ଖୋଜିଥାନ୍ତି ଏକ ଉତ୍ତମ ଓ ଉନ୍ନତ୍ତ ସାଥୀ ।

ଆହୁରି ମଧ୍ୟ ଓଡିଶାବାସୀଙ୍କୁ ନୂଆ ସୋରୁମକୁ ଆସିବା ସହିତ ନିଜ ଜୀବନଶୈଳୀକୁ ଏକ ଉନ୍ନତ୍ତ ଫ୍ରେମ୍ ଓ ଉତ୍ତମ ଲେନ୍ସରେ ଡିଜାଇନ କରିବାକୁ ଅନୁରୋଧ କରିଛନ୍ତି ଦେବାଂଶ ବିନାଣୀ ।