ରୂପଚର୍ଯ୍ୟାର ନୂଆ ଠିକଣା ରେନବୋ ସେଲୁନ

ଭୁବନେଶ୍ୱର,୨୩/୬: କମ୍ ଖର୍ଚ୍ଚରେ ଅନ୍ତର୍ଜାତୀୟ ସ୍ତରର ରୂପଚର୍ଯ୍ୟା। ଦିଲ୍ଲୀ, ମୁମ୍ୱାଇ ଭଳି ସହରରେ ମିଳୁଥିବା ରୂପଚର୍ଯ୍ୟା ଏଠାରେ ମଧ୍ୟରେ ମିଳିବି। ଦିଲ୍ଲୀ, ମୁମ୍ୱାଇ ସହରରେ ସେବା ଯୋଗାଉଥିବା ସେଲୁନକୁ ଟକ୍କର ଦେବ ରେନବୋ ସେଲୁନ। ଉତ୍ତମ ଗୁଣବତ୍ତା ସହ ଅତ୍ୟାଧୁନିକ ଇକ୍ୱିପମେଣ୍ଟ ସାହାଯ୍ୟରେ ଯୁବକ ଯୁବତୀମାନଙ୍କୁ ମିଳିବ ହଲିଉଡ ଫେସିଆଲ। ସମସ୍ତ ରୂପଚର୍ଯ୍ୟା ଗୋଟିଏ ଛାତ ତଳେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଶିଶୁ ଭବନଠାରେ ଖୋଲିଲା ରେନବୋ ଲଗଜୁରୀ ୟୁନିସେକ୍ସ ସେଲୁନ।
ଏହି ଅତ୍ୟାଧୁନିକ ଉନ୍ନତ ଗୁଣବତ୍ତାର ସେଲୁନକୁ ଭୁବନେଶ୍ବର ମେୟର ସୁଲୋଚନ ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ଉଦଘାଟନ କରିଥିଲେ। ରେନବୋ ୟୁନିସେକ୍ସ ସେଲୁନ ପ୍ରୋପାଇଟର ତଥା ଚେୟାରମ୍ୟାନ ଅଶୋକ ଚମ୍ପତି ସେଲୁନରେ ମିଳୁଥିବା ସୁବିଧା ଓ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି। ଉପଦେଷ୍ଟା ଭାବେ ସମାଜସେବୀ ଓ ଟ୍ରାନ୍ସଜେଣ୍ଡର ରାଇଟ ଆକ୍ଟିଭିଟିଜ ମୀରା ପରିଡା ସହଯୋଗ କରିଥିଲେ। ମୀରା ପରିଡା ଓ ଅଶୋକ ଚମ୍ପତିଙ୍କ ପ୍ରଚେଷ୍ଟାରେ ଏପରି ଏକ ଅତ୍ୟାଧୁନିକ ସେଲୁନ ଭୁବନେଶ୍ବରରେ ଖୋଲିଛି। ଏଭଳି ଏକ ଅତ୍ୟାଧୁନିକ ଓ ନୂତନ ଟେକ୍ନୋଲୋଜିର ସେଲୁନ ଖୋଲିବାରେ କିନ୍ନରମାନଙ୍କ ମଧ୍ୟ ସହଯୋଗ ରହିଛି। ଏହି ଉଦଘାଟନ ଉତ୍ସବରେ ଯାତ୍ରା ଜଗତର ଜଣାଶୁଣା ଚେହେରା ରାଣୀ ପଣ୍ଡା, ମାନ୍ୟଗଣ୍ୟ ବ୍ୟକ୍ତି, ୟୁଟବ୍ ଇନଫ୍ଲୁସେନର, ଓଡିଆ ସିନେ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ହେୟାର ଷ୍ଟ୍ରେଟନିଙ୍ଗ /କେରାଟିନ ଟ୍ରିଟମେଣ୍ଟ, ହେୟାର ବୋଟକ୍ସ ଟ୍ରିଟମେଣ୍ଟ, ମିଣ୍ଟ ହେୟାର ସ୍ପା, ମେଲ ହେୟାର କଟ, ବିଅର୍ଡ଼ ଷ୍ଟାଇଲିଙ୍ଗ, ହେୟାର ସ୍ପା, ଫେସ ଡେଟାନ, ମେଲ ହେୟାର ଷ୍ଟ୍ରେଟନିଙ୍ଗ /କେରାଟିନ ଟ୍ରିଟମେଣ୍ଟ ଫିମେଲ ଗ୍ଲୋବାଲ କଲର ହାଇଲାଇଟ ଭଳି ସୁବିଧା ମିଳିବ l ବିଶେଷ କରି ଲେଜର ହେୟାର ରିମୁଭାଲ, ଟାଟୁ ରିମୁଭାଲ, ମାଇକ୍ରୋବ୍ଲାଡିଙ୍ଗ୍, ଆଡଭାନ୍ସ ହାଇଡ୍ରା ଫେସିଆଲ, ଲିପ କଲରିଂ, ହେୟାର ଓ ଆଇଲାସ୍ ଏକ୍ସଟେନସନ୍ ଆଦି ସେବା ମିଳିବ। ଏବେ ସମସ୍ତ ରୂପଚର୍ଯ୍ୟା ବର୍ଗରେ ମିଳୁଛି ୨୦ ପ୍ରତିଶତ ରିହାତି କିମ୍ବା ୫୦୦ ଟଙ୍କା ରିହାତି। ସେହିପରି ପେଡିକ୍ୟୁରରେ ମାନକ୍ୟୁଅର ମାଗଣାରେ ମିଳୁଛି ବୋଲି ରେନବୋ ୟୁନିସେକ୍ସ ସେଲୁନ ପ୍ରୋପାଇଟର ତଥା ଚେୟାରମ୍ୟାନ ଅଶୋକ ଚମ୍ପତି କହିଛନ୍ତି।