ନାବାଳିକା ଝିଅକୁ ଦୁର୍ବ୍ୟବହାର କରି ଜଣେ ବ୍ୟକ୍ତି ଗିରଫ

ନାବାଳିକା ଝିଅକୁ ଦୁର୍ବ୍ୟବହାର କରି ଜଣେ ବ୍ୟକ୍ତି ଗିରଫ

ଭୁବନେଶ୍ବର, ୪/୧ : ମହଙ୍ଗା ପଡ଼ିଲା ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବା । ଖଣ୍ଡଗିରି ଥାନା ପୁଲିସ ଜନୈକ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲା ଡୁମଡୁମା ବାସିନ୍ଦା ମିଟୁ ଓରଫ ଶିଶିର କୁମାର ରାଉତ (୪୩) ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପରିବାର ସହ ଡୁମୁଡୁମା ଅଞ୍ଚଳରେ ରହୁଥିବାବେଳେ, ଅଭିଯୁକ୍ତ ମିଟୁ ଗତ ୩/୪ ମାସ ହେବ ତାଙ୍କ ପଡୋଶୀ ଭାବେ ରହିଆସୁଛନ୍ତି ଅଭିଯୋଗକାରିଣୀଙ୍କ ଏକ ନାବାଳିକା ଝିଅକୁ ଅଭିଯୁକ୍ତ ମିଟୁ ନିୟମିତ ଭାବେ ପିଛା କରୁଥିଲେ ଗତ କାଲି ଅପରାହ୍ନରେ ସମ୍ପୃକ୍ତ ଝିଅ ଜଣକ ସ୍କୁଲରୁ ଫେରିବା ରାସ୍ତାରେ ଅଭିଯୁକ୍ତ ମିଟୁ ମନ୍ଦ ଉଦ୍ଦେଶ୍ୟ ରଖି ଝିଅର ହାତକୁ ଟାଣି ଦେଇଥିଲେ ଏହାର ବିରୋଧ କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ

ଘରକୁ ଫେରି ଝିଅ ନିଜ ମାଙ୍କୁ ସମସ୍ତ କଥା ଜଣାଇ ଥିଲେ ପରେ ଅଭିଯୋଗକାରିଣୀ ଏବଂ ତାଙ୍କ ସ୍ବାମୀ ଘଟଣା ସମ୍ପର୍କରେ ପଚାରି ବୁଝିବା ଲାଗି ଅଭିଯୁକ୍ତଙ୍କ ଘରକୁ ଯାଇଥିବା ବେଳେ, ସେଠାରେ ଉଭୟ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା ଅଭିଯୁକ୍ତ ଜଣକ ଉଭୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହଠାତ ଉତକ୍ଷିପ୍ତ ହୋଇ ଅଭିଯୋଗକାରିଣୀଙ୍କୁ ଏକ ଲୁହା ପାଇପ ସାହାଯ୍ୟରେ ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ ଫଳରେ ଅଭିଯୋଗକାରିଣୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା

ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ ତାଙ୍କର ଦୋଷ ସ୍ଵୀକାର କରିଥିଲେ  ପୋଲିସ ମିଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି