ଖୁଣ୍ଟା ଓ ଜି.ବି ନଗର ବ୍ଲକରେ ସୁଭଦ୍ରା କାର୍ଯ୍ୟକ୍ରମ ; ୨୦ ହଜାର ସୁଭଦ୍ରାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି

ଖୁଣ୍ଟା ଓ ଜି.ବି ନଗର ବ୍ଲକରେ ସୁଭଦ୍ରା କାର୍ଯ୍ୟକ୍ରମ ; ୨୦ ହଜାର ସୁଭଦ୍ରାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି

ଖୁଣ୍ଟା,୧୭/୯ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ପକ୍ଷରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ନେଇ ବଡ଼ ଖୁଣ୍ଟା ଖେଳ ପଡିଆରେ ଉଦଘାଟନୀ ସମାବେଶ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ କରୁଣାକର ଧିନ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ବିଧାୟକ ଭାସ୍କର ମଢ଼େଇ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ଏପିଡ଼ି ଶାନ୍ତନୁ କୁମାର ନାୟକ, ସହକାରୀ ଯନ୍ତ୍ରୀ ବିନୟଜ୍ୟୋତି ଲେଙ୍କା, ସିଡିପିଓ ସୁଜାତା ମହାପାତ୍ର, ମିଶନଶକ୍ତି ବି.ପି.ସି ସୁବ୍ରତ ମହାନ୍ତଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡ଼ିଶା ଏବଂ ମାତୃ ଶକ୍ତିର ବିକାଶ ଲାଗି ସରକାର ସଂକଳ୍ପବୋଧ । ଏଣୁ ମାତୃଶକ୍ତିର ବିକାଶ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାରର ନିରାପତ୍ତା ଓ ଆର୍ଥିକ ପ୍ରଗତି ପାଇଁ ସରକାରଙ୍କ ' ସୁଭଦ୍ରା ' ଯୋଜନା ଏକ ଯୁଗାନ୍ତକାରି ଓ ଐତିହାସିକ ପଦକ୍ଷେପ ବୋଲି ଅତିଥିଗଣ ଉପାସ୍ଥିତ ଥିବା ମହିଳାମାନଙ୍କୁ ସୁଚାଇ ଥିଲେ । ସେହିପରି ଏହି ଯୋଜନା ମାଧ୍ୟମରେ ଗୋପବନ୍ଧୁ ନଗର ବ୍ଲକ ଅଧିନରୁ ୨୦ ହଜାରରୁ ଉର୍ଦ୍ଧ ମହିଳା ସାମିଲ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ମହିଳାଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାଯାଇଛି । ସେହିପରି ଖୁଣ୍ଟା ବ୍ଲକ ପକ୍ଷରୁ କଲେଜ ପଡ଼ିଆରେ ବିଡ଼ିଓ ଗୌରାଙ୍ଗ ଚରଣ ଘୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୋଡ଼ାଲ ଅଧିକାରୀ ରତିକାନ୍ତ ଜେନା, ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାୟକ , ସିଡ଼ିପିଓ ରଞ୍ଜୁରାଣୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏବଂ ବ୍ଲକ ଅଧିନରେ ୨୨ହଜାରରୁ ଊର୍ଦ୍ଧ୍ବ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁଥିବାବେଳେ ୧୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଅର୍ଥ ରାଶି ପ୍ରଦାନ କରାଯାଇଥିବା ଜଣାଯାଇଛି । 

ଇତି ଅବସରରେ ଭୂବନେଶ୍ଵର ଜନତା ମୌଦାନରେ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ସୁଭଦ୍ରା ଯୋଜନା, ପିଏମଏୱାଇ ମାଧ୍ୟମରେ ଗୃହପ୍ରବେଶ ପାଇଁ ହିତାଧିକାରୀମାନଙ୍କୁ ଚାବି କାଠି ପ୍ରଦାନ ସମେତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ସିଧାପ୍ରସାରଣ ଏଲସିଡ଼ି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆରପି , ଏମବିକେ , ଏସଏଚଜି ,ଆବାସ ଯୋଜନାର ହିତାଧିକାରୀଙ୍କ ସହ ସୁଭଦ୍ରା ଯୋଜନାରେ ସାମିଲ ହେବାକୁଥିବା ମହିଳାମାନେ ଉପସ୍ଥିତ ଥିଲେ ।