ତାଲିମ ନାମରେ ତାମିଲନାଡୁ ନିଆଯାଇଥିବା ଝିଅମାନଙ୍କୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସୁନ୍ଦରଗଡ,୧୨/୧୨ : ଝିଅମାନଙ୍କୁ ତାଲିମ ଦେବା ନାମରେ ତାମିଲନାଡୁକୁ ନିଆଯାଇ ଅଧିକ ସମୟ କାର୍ଯ୍ଯରେ ଲଗାଯାଉଥିଲା ଏବଂ ସେମାନଙ୍କ ନିଜ ଗ୍ରାମକୁ ନଛାଡିବା ନେଇ ଅଭିଭାବକମାନେ ଜାଣିବା ପରେ, ସେମାନଙ୍କୁ ଫେରାଇ ଆଣିବା ପାଇଁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରକାଶ ଯେ, ଲେଫ୍ରିପଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଗ୍ରାମପଞ୍ଚାୟତ ଗୁଡିକରୁ ପ୍ରାୟ ୯୦ ଜଣ ଝିଅଙ୍କୁ କମ୍ପୁଟର ତାଲିମ ନାମରେ କଟକ ନିଆଯାଇଥିଲା। ଏହାର ୪୫ ଦିନ ପରେ ସେମାନଙ୍କୁ ତାମିଲନାଡୁ ନିଆଯାଇ ୯ରୁ ୧୦ ଘଣ୍ଟା କାମରେ ଲଗାଯାଉଛି। କାମ କରିବା ସମୟରେ ଦେହ ଅସୁସ୍ଥ ହେଲେ, ସେମାନଙ୍କୁ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରାଯାଇଛି।
ସେମାନେ ଘରକୁ ଫେରିବାକୁ ଚାହିଁଲେ, ସେମାନଙ୍କୁ ଘରକୁ ଛଡା ନଯାଇ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିବା, ଝିଅମାନେ ନିଜ ଅଭିଭାବକଙ୍କୁ ଫୋନ ଯୋଗେ କାନ୍ଦି କାନ୍ଦି କହୁଥିବା, ସେମାନଙ୍କ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତୁରନ୍ତ ଝିଅମାନଙ୍କୁ ଫେରାଇ ଆଣିବାକୁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଏଠାରେ ପ୍ରକାଶଥାଉକି କୋଶଳ ସମାଜ ମହାସଚିବ ଦିଲ୍ଲୀପ କୁମାର ଗଣ୍ଡାଙ୍କୁ ଏ ବିଷୟରେ ଝିଅମାନଙ୍କ ଅଭିଭାବକମାନେ ଜଣାଇବା ପରେ, ଶ୍ରୀ ଗଣ୍ଡାଙ୍କ ନେତୃତ୍ବରେ ୧୨ ଜଣ ଅଭିଭାବକଙ୍କ ଏକ ପ୍ରତିନିଧି ମଣ୍ଡଳୀ, ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେବାକୁ ଯାଇଥିବା ବେଳେ, ସୁନ୍ଦରଗଡ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ, ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ବ୍ଯକ୍ତିଗତ ସହାୟକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।
ସେ ଏ ବିଷୟରେ ଜିଲ୍ଲା ଶ୍ରମ ଅଧିକାରୀ ( ସ୍କିଲ୍ ଡେଭଲପମେଣ୍ଟ - କମ୍ ଏମ୍ପ୍ଲୟମେଣ୍ଟ ଅଫିସର)ଙ୍କ ସହ ଯୋଗାଯୋଗ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ସହ ସମସ୍ଯାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।