ଜୁନ୍ ୧୭ରୁ ଜୀ ସାର୍ଥକରେ ନୂଆ ସିଜିନ ସହ ଆରମ୍ଭ ହେବାକୁ ଯାଉଛି "ଦିଦି ନମ୍ବର ୧ -ନୂଆ ଓଡିଶାର ନୂଆ ଉତ୍ସବ"

ଜୁନ୍ ୧୭ରୁ ଜୀ ସାର୍ଥକରେ ନୂଆ ସିଜିନ ସହ ଆରମ୍ଭ ହେବାକୁ ଯାଉଛି "ଦିଦି ନମ୍ବର ୧ -ନୂଆ ଓଡିଶାର ନୂଆ ଉତ୍ସବ"

ଭୁବନେଶ୍ବର,୧୪/୬ : ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି । ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା । ଠିକ ସେମିତି ଜୀ ସାର୍ଥକ ନେଇ ଆସୁଛି ନୂଆ ଭାବରେ ଦିଦି ନମ୍ବର ୧ ରିଆଲିଟି ଶୋ ଯାହା ଓଡିଶାର ୩୦ଟି ଜ଼ିଲ୍ଲାର ସାଂସ୍କୃତିକ ବିବିଧତାକୁ ଏକ ଭିର୍ଣ୍ଣ ଅନ୍ଦାଜରେ ଲିପି ମହାପାତ୍ର ବଖାଣିବେ ଓ ଦର୍ଶକଙ୍କ ମୁହଁରେ ଫୁଟାଇବ ହସ । 

‘ଦିଦି ନମ୍ବର ୧ - ନୂଆ ଓଡିଶାର ନୂଆ ଉତ୍ସବ’ । ଏହି ରିଆଲିଟି ଶୋରେ ଓଡିଶାର ୩୦ଟି ଜ଼ିଲ୍ଲାର କୋଣ ଅଣୁକୋଣରୁ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି । କହିହେବ ଯେ ଓଡିଶାର ସମସ୍ତ ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ହେବାକୁ ଯାଉଛି ମହାମିଳନ । ଏହା ମାଧ୍ୟମରେ ଓଡିଶାର ବିଭିନ୍ନ ପ୍ରାନ୍ତର ଖାଦ୍ୟ , ପ୍ରଥା , ପରମ୍ପରା , ସଂସ୍କୃତି , ଭାଷାର ପ୍ରଦର୍ଶନ କରାଯିବ । ଗୋଟିଏ ଶୋ ରେ ଦର୍ଶକେ ସାରା ଓଡିଶାର ଖାସ କଥା ଜାଣିବାକୁ ପାଇବେ ଏହାଠୁ ବଡ କଥା ଆଉ କଣ ବା ହୋଇପାରେ । ଅଡିସନ ମାଧ୍ୟମରେ ୩୦ଟି ଜିଲ୍ଲାର ୩୦ ଜଣ ପ୍ରତିଯୋଗୀ ଚୟନ ହେବାପରେ ଏହି ଶୋ ରେ ଭାଗ ନେଇ ବିଭିନ୍ନ ପର୍ଯ୍ୟାୟରେ । 

ପ୍ରତିଭାଶାଳୀ ପ୍ରତିଯୋଗୀ ଚୟନ ହୋଇ ଆଗକୁ ବଢିବେ ଏବଂ ଟପ୍ ୬ ଜଣ ପ୍ରତିଯୋଗୀଙ୍କୁ ନେଇ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ । ପ୍ରତି ମାସରେ ଜଣେ ପ୍ରତିଯୋଗୀ ‘ଦିଦି ନମ୍ବର ୧ ’ ର ଟାଇଟଲ ହାସଲ କରିବେ । ତେବେ କିଏ ହେବ ଓଡିଶାର ଦିଦି ନମ୍ବର ୧ ଜାଣିବାପାଇଁ ଦେଖିବାକୁ ଭୁଲିବେନି ଜୀ ସାର୍ଥକର ନୂଆ ରିୟାଲିଟି ଶୋ ‘ଦିଦି ନମ୍ବର ୧ - ନୂଆ ଓଡିଶାର ନୂଆ ଉତ୍ସବ’ । ଏହା ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଦେବ ଏଥିରେ କୌଣସି ଦ୍ବିମତ ନାହିଁ ଓ ଏହି ରିଆଲିଟି ଶୋ ଦେଖି ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ । ଏହା ସହିତ ଏହି ରିଆଲିଟି ଶୋ ଜରିଆରେ ମହିଳା ମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଏହି ରିଆଲିଟି ଶୋର ଅଡିସନରେ ଭାଗ ନେବା ପାଇଁ ୧୮ରୁ ୩୫ବର୍ଷର ମହିଳା ମାନେ ଏହି ୯୧୨୪୩୩୪୪୭୩ ନମ୍ବରରେ ଯୋଗାଯୋଗ କରି ପାରିବେ ।