ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର

ଭୁବନେଶ୍ୱର,୬/୫ : କାଳବୈଶାଖୀ ବର୍ଷା ଯୋଗୁଁ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । ପାଗ ଖରାପ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରି ପାରିଲାନି । କାଳବୈଶାଖୀ ପବନ ଯୋଗୁଁ ଖଡିଆଳରୁ ସଭାସାରି ଫେରିଲାବେଳେ ଓହ୍ଲାଇ ପାରିଲାନି। ଭୁବନେଶ୍ୱରରେ ଓହ୍ଲାଇ ନ ପାରି ଝାରସୁଗୁଡା ଗଲା ହେଲିକପ୍ଟର। ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଓହ୍ଲାଇଲା। ପାଗ ବଦଳିବା ପରେ ଝାରସୁଗୁଡାରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବାହାରିବ।
ଭୁବନେଶ୍ୱର ଆକାଶରେ ଅଧଘଣ୍ଟା ଉଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ପ୍ରବଳ ବର୍ଷା ପବନ ଯୋଗୁଁ ଏଭଳି ଘଟିଛି। ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ସୁରକ୍ଷିତ ଅଛନ୍ତି ।