ଅଷ୍ଟ୍ରେଲିଆରୁ ଫେରି ପୁଣି ଥରେ ଅବସର କଥା କହିଲେ ରୋହିତ ଶର୍ମା

ଅଷ୍ଟ୍ରେଲିଆରୁ ଫେରି ପୁଣି ଥରେ ଅବସର କଥା କହିଲେ ରୋହିତ ଶର୍ମା

ମୁମ୍ବାଇ,୨୬/୧୦ : ଭାରତୀୟ କ୍ରିକେଟ୍ ଦଳର ଖେଳାଳି ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରୁ ବିଦାୟ ନେଇ ଭାରତ ଫେରି ଆସିଛନ୍ତି। ଘରକୁ ଫେରିବା ସମୟରେ ରୋହିତ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି, “ଶେଷ ଥର ପାଇଁ, ସିଡ୍‌ନୀରୁ ବିଦାୟ ନେଉଛି।” ଶେଷ ମ୍ୟାଚ୍ ପରେ ରୋହିତ କହିଥିଲେ ଯେ, ସେ ଅଷ୍ଟ୍ରେଲିଆରେ କ୍ରିକେଟ୍ ଖେଳିବାକୁ ସର୍ବଦା ଉପଭୋଗ କରିଛନ୍ତି ଏବଂ ବିଜୟ ସହିତ ଶେଷ କରିବା ଭଲ ଲାଗିଲା।

ପ୍ରକାଶ ଯେ, ଚଳିତ ବର୍ଷ ଆରମ୍ଭରେ ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିଲେ। ସେ ତିନୋଟି ମ୍ୟାଚ୍‌ରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ଭାରତକୁ ଶେଷ ମ୍ୟାଚ୍ ଜିତାଇବାରେ ସାହାଯ୍ୟ କରିଥିଲେ। ଏହି ସିରିଜ୍‌ରେ ରୋହିତ ‘ପ୍ଲେୟାର୍ ଅଫ୍ ଦି ସିରିଜ୍’ ବିବେଚିତ ହୋଇଛନ୍ତି।