ଅନୁପମଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର , ରିଲଜ୍ ହେଲା ‘ମନ୍ତ୍ର ମୁଗ୍ଧ’ର ଫାଷ୍ଟ୍ ପୋଷ୍ଟର

ଅନୁପମଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର , ରିଲଜ୍ ହେଲା ‘ମନ୍ତ୍ର ମୁଗ୍ଧ’ର ଫାଷ୍ଟ୍ ପୋଷ୍ଟର

ଭୁବନେଶ୍ବର,୩୧/୧୦ : ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସି ଖବର । ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକଙ୍କ ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା ‘ମନ୍ତ୍ରମୁଗ୍ଧ’ର ଫାଷ୍ଟ୍ ପୋଷ୍ଟର ରିଲିଜ ହୋଇଛି । ଏଥିସହ କେବେ ରିଲିଜ୍ ହେବ ତାହା ମଧ୍ୟ ରିଭିଲ୍ ହୋଇଛି । ଆସନ୍ତା ବର୍ଷ ଜାନୁଆରୀରେ ଏହି ସିନେମା ରିଲିଜ ହେବାକୁ ଯାଉଛି । ତାରିଖ ସାମ୍ନାକୁ ଆସିନଥିବାବେଳେ ଜାନୁଆରୀରେ ରିଲିଜ୍ ହେବ ବୋଲି କୁହାଯାଇଛି । ଯାହା ଅନୁପମଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସିର ଖବର । 

ସବୁ ପ୍ରତିକ୍ଷାର ଘଟିଛି ଅନ୍ତ । ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧର ରିଲିଜ୍ ଡେଟ୍ । ସିନେମାର ଫାଷ୍ଟ ପୋଷ୍ଟର ଆଜି ରିଲିଜ ହୋଇଛି । ପୋଷ୍ଟର ରିଲିଜ୍ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ସାହ ଦେଖାଦେଇଛି । ଏହି ଚଳଚ୍ଚିତ୍ରରେ କମେଡ଼ିର ଭରପୁର ତଡ଼କା ପାଇବେ ଓଡ଼ିଆ ଦର୍ଶକ । ଓଡ଼ିଆ ସିନେମାର କାହାଣୀରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି ଏହି ସିନେମା। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

'କର୍ମ' ର ଅଦ୍ଭୂତପୂର୍ବ ସଫଳତା ପରେ ଅନୁପମ ପଟ୍ଟନାୟକ ଏବେ ନେଇ ଆସୁଛନ୍ତି 'ମନ୍ତ୍ର ମୁଗ୍ଧ' । ଅନୁପମ ପଟ୍ଟନାୟକ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହ ଉଦୀୟମାନ ନବାଗତା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି । ଚଳଚ୍ଚିତ୍ର ପ୍ରତୀକ୍ଷାରେ ଚମତ୍କାର ଅଭିନେତା ଦ୍ଵିପନ୍ଵିତ ଦାସ ମହାପାତ୍ର ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ସାମିଲ ହୋଇ ଏକ ନୂଆ ଧାରା ଯୋଡ଼ିଛନ୍ତି । 'ମନ୍ତ୍ର ମୁଗ୍ଧ' ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବାବେଳେ କର୍ମ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୁର୍ୟ୍ୟମୟୀ ମହାପାତ୍ର ଏକ ଦମଦାର ଭୂମିକାରେ ଆସୁଛନ୍ତି । ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ଚେହେରାମାନଙ୍କ ସହିତ ଉଦୀୟମାନ ନବାଗତାମାନଙ୍କ ଏକ ସୁନ୍ଦର ସମ୍ମିଶ୍ରଣ ରହିଛି । 

ଚଳଚ୍ଚିତ୍ରର କାହାଣୀ ଅନୁପମ ପଟ୍ଟନାୟକ ଓ ରୋସନ୍ ବିଶୋଇ ଲେଖିଥିବାବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗେହେଲଟ ଓ ଅନୁପମ ପଟ୍ଟନାୟକ। ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ। ମନ୍ତ୍ରମୁଗ୍ଧର ସଙ୍ଗୀତକୁ ସଜେଇଛନ୍ତି ୫ ଜଣ ସଙ୍ଗୀତ ନିର୍ଦ୍ଦେଶକ । ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ । ଯାହା ଏହି ଚଳଚ୍ଚିତ୍ରକୁ ଆହୁରି ସମୃଦ୍ଧ କରିଛି । ଆଞ୍ଚଳିକ ସିନେମା କିଭଳି ବିଶ୍ଵସ୍ତରରେ ପ୍ରସଙ୍ଗକୁ ହୋଇପାରିବ ତାହାର ଏକ ବଳିଷ୍ଠ ଉଦାହରଣ ହେଉଛି ନିର୍ମାଣ ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ରର ଧାରା । ମନ୍ତ୍ରମୁଗ୍ଧ ଓଡ଼ିଆ ଦର୍ଶକଙ୍କୁ କମେଡ଼ିର ଏକ ଭରପୁର ପ୍ୟାକେଜ୍ ଦେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।