ଜୁଲାଇ ୫ରେ ମୁକ୍ତିଲାଭ କରିବ ଓଡିଆ ଫିଲ୍ମ 'ସୀତା'

ଭୁବନେଶ୍ୱର, ୧୯/୬ : ଆସନ୍ତା ଜୁଲାଇ ୫ ରେ ମୁକ୍ତିଲାଭ କରିବା ଓଡ଼ିଆ ଚଳଚିତ୍ର ସୀତା (ସଂଘର୍ଷ ର କାହାଣୀ )। ଓଡ଼ିଶା ହେଉ ଅବା ଭାରତ ବର୍ଷରେ ହେଉଥିବା ଚାଷୀ ମୃତ୍ୟୁ ଓ ଚାଷୀ ପାଇଁ ଥିବା ଯୋଜନା କିଭଳି ବାଟମାରଣା ହୁଏ ତାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି। ମୌଳିକ କାହାଣୀର ଏହି ଚଳଚିତ୍ର ପରଦାକୁ ଆସିବା ପୂର୍ବରୁ ରିଲିଜ ତାରିଖ ସହ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ପଥରଗଡ଼ିଆର ହିଲ ଭିଓ କାଫେରେ ଏହି ରିଲିଜ ହୋଇଯାଇଛି। ଏଥିରେ ଗାଁ, ତାର ପରିବେଶ ସହ ଗାଁ ରାଜନୀତିକୁ ସ୍ଥାନିତ କରାଯାଇଛି । ଏଥିରେ ଅନେକ ସଚେତନତାର ବାର୍ତା ରହିଥିବା ବେଳେ ସବୁ ବର୍ଗର ଲୋକଙ୍କୁ ଏହି ନିଛକ ଚଳଚ୍ଚିତ୍ରଟି ଭଲ ଲାଗିବ ଆଉ ସମାଜରେ ଘଟୁଥିବା ଅନେକ ସତ୍ୟର ଉନ୍ମୋଚନ କରିବା ବୋଲି କହିଛି ପ୍ରଯୋଜନା ସଂସ୍ଥା। ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା ଓ ଚାଷୀ ଦୁଃଖ, ଆନ୍ଦୋଳନ ଓ ସମ୍ମାନ ସହ ଚାଷର କାହାଣୀ କହିବ ଏହି ସିନେମା। ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ କାହାଣୀ ଦେଖିବ ପୁରା ଓଡିଶା। ଆଉ ଏହା ନିଶ୍ଚୟ ଓଡ଼ିଆ ସିନେପ୍ରେମୀଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ଅଭିନେତ୍ରୀ ଦେବଯାନୀ।
ତେବେ ଚଳଚିତ୍ରର ପ୍ରଯୋଜନା ଓ ନିର୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଅଶ୍ୱିନ ତ୍ରିପାଠୀ। ସଂଳାପ ଡାକ୍ତର ରାଜନୀରଂଜନ ଲେଖିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ଜାପାନୀ ଭାଇ।କାହାଣୀ ଲେଖିଛନ୍ତି ଅଭିନେତା ସମରେଶ ରାଉତରାୟ ଅଭିନେତ୍ରୀ ଦେବଯାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ମୁଖ୍ୟ ଚରିତ୍ରଭାବେ ଦେବଯାନୀ ସୀତା ଚରିତ୍ରରେ ଜଣେ ଉଚ୍ଚ ଶିକ୍ଷିତ ଗାଁ ଝିଅ ଭାବେ ଅଭିନୟ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନୟରେ ଅନ୍ୟମାନକ ଭିତରେ ଜଣାଶୁଣା ଅଭିନେତା ଚୌଧୁରୀ ବିକାଶ ଦାସ ଏକ ଗୁରୁତ୍ୱପୂର୍ଣ ଭୂମିକାରେ ନଜର ଆସିବେ।
ତେବେ ସିନେମା ଟି କୃଷି ଉପରେ ଆଧାରିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ।ଯାହା ରାଜନୈତିକ ପାଣିପାଗର ନିଚ୍ଛକ କଥା ଉପରେ ପର୍ଯ୍ୟବେସିତ । ଯେଉଁଥିପାଇଁ ସିନେମାଟି ମୁକ୍ତିଲାଭ ପାଇଁ ଅନେକ ପ୍ରତିବନ୍ଧକ ଲାଗିଥିଲା। ଯାହା ବର୍ତ୍ତମାନ ହଟିଥିବା ବେଳେ ସିନେମା ରିଲିଜ ହେବାକୁ ଯାଉଥିବା ବେଳେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଯୋଜକ ଅଶ୍ୱିନ ତ୍ରିପାଠୀ। ସୀତା ସିନେମା ଟିକୁ ଅନେକ ଦର୍ଶକ ଓ ରାଜନୈତିକ ନେତା ମାନେ ଦେଖିବାକୁ ଅପେକ୍ଷା କରିଥିବା ବେଳେ ଏହାର ଟ୍ରେଲରକୁ Youtube ରେ ଏହା ଦର୍ଶକ ଭଲ ପାଇବା ସାଉଁଟି ସାରିଲାଣି ।