ଆଇନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଭିନ୍ନ ଟ୍ରାନ୍ସଜେଣ୍ଡର ସଂଗଠନ

ଆଇନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଭିନ୍ନ ଟ୍ରାନ୍ସଜେଣ୍ଡର ସଂଗଠନ

ଭୁବନେଶ୍ବର,୧୯/୫ : ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ ଗଠନ କରିବା ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବିଭିନ୍ନ ଟ୍ରାନ୍ସଜେଣ୍ଡର ସଂଗଠନ । ଏ ନେଇ ଶ୍ରୀ ହରିଚନ୍ଦନ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ଟ୍ରାନ୍ସଜେଣ୍ଡର ଭ‌ଉଣୀମାନଙ୍କ କଲ୍ୟାଣ, ସୁରକ୍ଷା ଓ ସାମାଜିକ ସଶକ୍ତିକରଣ ପାଇଁ ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ ଗଠନ କରିବା ନିମନ୍ତେ ଟ୍ରାନ୍ସଜେଣ୍ଡର ଭଉଣୀମାନେ ଦୀର୍ଘଦିନ ଧରି ଦାବି ଜଣାଇ ଆସୁଥିଲେ।

ସେମାନଙ୍କ ଭାବନା ଓ ଦାବିକୁ ସମ୍ମାନ ଜଣାଇ ଆମ ସରକାର ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ ଗଠନ କରିଛନ୍ତି, ଯାହା ସେମାନଙ୍କ ଅଧିକାର ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ମୋ ସରକାରୀ ବାସଭବନରେ ବାଲୁଗାଁ ଚେତନା ଟ୍ରାନ୍ସଜେଣ୍ଡର ସୋସିଆଲ୍ ସଂଗଠନର ସମ୍ପାଦିକା ଚିନ୍ମୟୀ ବେହେରା, ଭୁବନେଶ୍ୱର ଟି.ଜି. ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ା, ସୌମ୍ୟା ଦାସଙ୍କ ସମେତ ଅନ୍ୟ ଭଉଣୀମାନେ ସାକ୍ଷାତ କରି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ।