ରାସ୍ତା ମଝିରେ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ବର,୧୮/୫ : ଯୁବକ ଓ ଯୁବତୀଙ୍କୁ ତଳେ ପକାଇ ନିର୍ଧୁମ ମାଡ଼ ମାରିଲେ କିଛି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଗିରିରୋଡ଼ରେ। ସୋମବାର ସନ୍ଧ୍ୟା ୭ଟାବେଳେ ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଏକାଧିକ ଦୁର୍ବୃତ୍ତ ସର୍ବବସମ୍ମୁଖରେ ଏହି ଯୁବକ ଓ ଯୁବତୀଙ୍କୁ ଆକ୍ରମଣ କରିଥିଲେ।
ଗାଡି ତଳେ ପକାଇ ଯୁବକଙ୍କୁ ଦୁର୍ବୃତ୍ତମାନେ ତାଙ୍କୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ । କିଛି ଲୋକ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପ୍ରତିରୋଧ କରିବାକୁ ସାହାସ କରିନଥିଲେ। ଏପରିକି ଯୁବକଙ୍କୁ ଆକ୍ରମଣ କରାଯାଉଥିବା ବେଳେ ଯୁବତୀ ଜଣଙ୍କ ତାଙ୍କୁ ଛାଡି ଦେବାକୁ ଦୁର୍ବୃତ୍ତଙ୍କୁ ନେହୁରା ହେଉଥିଲେ। କିଛି ସମୟପରେ ଆହତ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ଯୁବକ-ଯୁବତୀଙ୍କୁ ବାଡି ଓ ଠେଙ୍ଗାରେ ଅତି ଅମାନୁଷିକ ଭାବେ ପିଟୁଥିବାରୁ ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

Editor 


