ମଞ୍ଚକୁ ଫେରିଲେ ଜଲିଉଡ୍ ବ୍ୟାଡ୍ ବୟ
ଭୁବନେଶ୍ବର,୬/୧ : ମଞ୍ଚକୁ ଫେରିଲେ ଜଲିଉଡ୍ ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀ। ଦୀର୍ଘ ଦିନର ବ୍ୟବଧାନ ପରେ ତାଙ୍କୁ ପୁଣି ଥରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଯାତ୍ରା ସିଂହବାହିନୀର ନୂଆ ନାଟକ ‘ତୁ ମୋ ବଜରଙ୍ଗୀ’ରେ ପୀୟୂଷଙ୍କ ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ । ଗତକାଲି ରାତିରେ ପୀୟୁଷ ଚଣ୍ଡିଖୋଲରେ ପହଞ୍ଚିବା ପରେ ତାଙ୍କର ଫ୍ୟାନମାନଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା ।
ଚଣ୍ଡିଖୋଲ ଛକଠାରୁ ପୀୟୁଷଙ୍କୁ ଏକ ଶୋଭାଯାତ୍ରାରେ ଯାତ୍ରା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ନାଟକରେ ତାଙ୍କୁ ଦେଖିବା ପାଇଁ ଲମ୍ବାଧାଡ଼ିରେ ଦର୍ଶକ ଅପେକ୍ଷା କରିଥିଲେ ।

Editor 


