ଅରବିନ୍ଦଙ୍କୁ ନିଲମ୍ବନ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ନବୀନ

ଅରବିନ୍ଦଙ୍କୁ ନିଲମ୍ବନ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ନବୀନ

ଭୁବନେଶ୍ବର,୨୧/୧ : ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ଅରବିନ୍ଦଙ୍କୁ ବିଶ୍ଵାସ କରି ପାଟକୁରାରୁ ଟିକେଟ ଦେଇଥିଲି। ସେ ଆପଣଙ୍କ ନିର୍ବାଚନମଣ୍ତଳୀର ପାଇଁ ଭଲ କାମ କରିବାକୁ ତାଙ୍କୁ ମୁଁ ସୁଯୋଗ ଦେଇଥିଲି। କିନ୍ତୁ ପାଟକୁରାବାସୀଙ୍କୁ ହଇରାଣ କରୁଥିବା ନେଇ ମୁଁ ଜାଣିବାକୁ ପାଇଲି । ଯିଏ ଦଳରେ ରହି ଲୋକଙ୍କୁ ହଇରାଣ କରେ ମୁଁ ସେହି ବ୍ୟକ୍ତିଙ୍କୁ ଦଳରୁ କାଢ଼ିଦିଏ। ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ନବୀନ କହିଛନ୍ତି। 

ସୂଚନା ଅନୁସାରେ, ନିକଟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବିତ କରିଥିଲେ ନବୀନ ପଟ୍ଟନାୟକ। ଅଚାନକ ଏମିତି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଅରିବନ୍ଦଙ୍କୁ କାହିଁକି ଦଳ ମୁଖିଆ ନିଲମ୍ବିତ କଲେ ଏହାକୁ ନେଇ ଅନେକ ପ୍ରକାରର ରାଜନୈତିକ ବିଶ୍ଲେଷଣ ହେଲା।