ଜୟ ଓଡ଼ିଶାର ୧୬ତମ ରକ୍ତଦାନ ଶିବିର

ଭୁବନେଶ୍ବର, ୨୩/୮ : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଓଡ଼ିଶା ଦ୍ୱାରା ଏହାର "ରକ୍ତଦାନ" ଯୋଜନାର ୧୬ତମ ରକ୍ତଦାନ ଶିବିର ରୋଟାରୀ କ୍ଲବ ଅଫ ଆଇକନସ ଏବଂ ସୁଶ୍ରୁତ ହସ୍ପିଟାଲ ଓ ଟ୍ରମା କେୟାରର ମିଳିତ ଆନୁକୁଲ୍ୟରେ ଫରେଷ୍ଟ ପାର୍କ ନିକଟସ୍ଥ ସୁଶ୍ରୁତ ହସ୍ପିଟାଲ ପ୍ରାଙ୍ଗଣରେ ହିଁ ଆୟୋଜିତ ହୋଇଥିଲା।
ଏହି ଶିବିରଟି ସୁଶ୍ରୁତ ହସ୍ପିଟାଲର CEOତଥା ନିର୍ଦ୍ଦେଶକ ଚିଦାତ୍ମିକା ଖଟୁଆଙ୍କ ନେତୃତ୍ଵରେ ଓ ରେଡକ୍ରସର ପୂର୍ବତନ ଚେୟାରମ୍ୟାନ ମେଜର ଡଃ କଳ୍ପନା ଦାସ ପରିଚାଳନାରେ ସମାପିତ ହୋଇଥିଲା। ଏଥିରେ ଅତିଥି ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ବାବୁ ସିଂ ଓ ବିଜେପି ରାଜ୍ୟ ସଭାପତି ନିରଞ୍ଜନ ମିଶ୍ର ଯୋଗଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ଏକାଧିକ ଯୁବପିଢ଼ି ଯୋଗାଇଦେଇଥିବାରୁ ବାବୁ ସିଂ ସମସ୍ତଙ୍କୁ ଖୁବ୍ ଉତ୍ସାହିତ କରିବା ସହ ଅନ୍ୟାନ୍ୟ ସଂଗଠନମାନଙ୍କୁ ମଧ୍ୟ ଏପରି ଶିବିର ଆୟୋଜନ କରିବା ନିମନ୍ତେ ଉଦବୋଧନ ଦେଇଥିଲେ।
ପୂଜା ଉତ୍ସବର ଆଗମନ କରି ଗଣପତି ବପା ଧରାପୃଷ୍ଠରେ ଅବତାରଣ କରିବାକୁ ଯାଉଛନ୍ତି ଓ ଗଣେଶ ପୂଜାରେ ହଜାର ହଜାର ଯୁବପୀଢ଼ି ଏକତ୍ରିତ ହୁଅନ୍ତି । ତେଣୁ ଏହି ସମୟରେ ଛୋଟ ଛୋଟ ରକ୍ତଦାନ ଶିବିରର ଆୟୋଜନ କରିପାରିଲେ ଭଗବାନଙ୍କ ଆଶୀର୍ବାଦ ମିଳିବା ସହ ସମାଜ କଲ୍ୟାଣ ମଧ୍ୟ ହେବ। ଏଣୁ ଯେଉଁମାନେ ବି ରକ୍ତଦାନ ଶିବିର ଆୟୋଜନ କରିବାକୁ ଇଛୁକ ଅଛନ୍ତି ସେମାନେ ସହାୟତା ନିମନ୍ତେ ଯୋଗାଯୋଗ କଲେ ମିଳିତ ଭାବେ ସମାଜ ପାଇଁ କାର୍ଯ୍ୟ କରିପାରିବା ବୋଲି ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।