ବ୍ୟାଙ୍କିଙ୍ଗ ନିୟମ ଓ ବାସ୍ତବ ସ୍ଥିତି ମଧ୍ୟରେ ଥିବା ଏହି ବ୍ୟବଧାନ ଦୂର ହେବା ଜରୁରୀ : ସାଂସଦ ମାନସ ମଙ୍ଗରାଜ

ବ୍ୟାଙ୍କିଙ୍ଗ ନିୟମ ଓ ବାସ୍ତବ ସ୍ଥିତି ମଧ୍ୟରେ ଥିବା ଏହି ବ୍ୟବଧାନ ଦୂର ହେବା ଜରୁରୀ : ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର,୨୮/୪ : କେନ୍ଦୁଝର ଜିଲ୍ଲାର ଗରିବ ଆଦିବାସୀ ଜିତୁ ମୁଣ୍ଡାଙ୍କ ସହ ଘଟିଥିବା ଘଟଣା ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅମାନବୀୟ ଚେହେରାକୁ ଦର୍ଶାଉଛି । ଏହି ଘଟଣାକୁ ଗଭୀରତାର ସହ ନେଇ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦୃଢ଼ ହସ୍ତକ୍ଷେପ ଦାବି କରିଛନ୍ତି।

ବ୍ୟାଙ୍କିଙ୍ଗ ନିୟମ ଓ ବାସ୍ତବ ସ୍ଥିତି ମଧ୍ୟରେ ଥିବା ଏହି ବ୍ୟବଧାନ ଦୂର ହେବା ଜରୁରୀ। କୌଣସି ବି ଭାରତୀୟ ନିଜର ହକ୍ ପାଇଁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ସେ ଦର୍ଶାଇଛନ୍ତି।