ନୂତନ ବର୍ଷ ୨୦୨୬ ନୂତନ ସମ୍ଭାବନାର ବର୍ଷଟିଏ ହେଉ : ରୁବି ହାତୀ, ଓଡ଼ିଶୀ ନୃତ୍ୟଶିଳ୍ପୀ
ଭୁବନେଶ୍ବର, ୨/୧ : ଇଂରାଜୀ ନୂତନ ବର୍ଷରେ ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶୀ ନୃତ୍ୟ ଶିଳ୍ପୀ ରୁବି ହାତୀ । ସେ କହିଛନ୍ତି, ନୂତନ ବର୍ଷ ୨୦୨୬ନୂତନ ସମ୍ଭାବନାର ବର୍ଷ ଟିଏ ହେଉ । ସୁଖ, ସ୍ବାଚ୍ଛନ୍ଦ୍ୟ, ଭଲ ପାଇବାର ମହାମନ୍ତ୍ର ସବୁରି ମନରେ ସଞ୍ଚରି ଯାଉ । ଆସ, ସମସ୍ତେ ଅତୀତର ଦୁଃଖ ଯନ୍ତ୍ରଣାକୁ ପଛରେ ପକେଇ ନୂତନ ବର୍ଷକୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ପରସ୍ପର ପ୍ରତି ସ୍ନେହ, ସୌହାର୍ଦ୍ଦ ଭାଇଚାରାକୁ ଅଗ୍ରାଧିକାର ଦେବା, ଅନ୍ଧାରି ସୁଢଙ୍ଗର ଶେଷ ଭାଗରେ ଆଲୋକ ବର୍ତ୍ତିକାର ସନ୍ଧାନ କରିବା ।

Editor 


