ସମ୍ବଲପୁରରେ ମହରମର ନିଆରା ପରମ୍ପରା, ୩00 ବର୍ଷ ହେଲା ହିନ୍ଦୁ ପରିବାର ବାହାର କରୁଛନ୍ତି ମହରମ ତାଜିଆ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା)୧୭/୭ : ଆଜି ହେଉଛି ଇସଲାମ ଧର୍ମବଲମ୍ବୀ ଙ୍କ ତ୍ୟାଗ ଓ ବଳିଦାନ ର ପର୍ବ ମହରମ l ସାରା ବିଶ୍ୱ ରେ ଆଜି ଏହି ପର୍ବ ପାଳିତ ହେଉଛି l ସମ୍ବଲପୁର ରେ ମଧ୍ୟ ଏହି ପର୍ବ ପାଳିତ ହେଉଛି l ତେବେ ସମ୍ବଲପୁର ସହର ର ମହରମ ର ଏକ ବିଶେଷତ୍ୱ ରହିଛି କାରଣ ୩00 ବର୍ଷ ରୁ ଉର୍ଦ୍ଧ ହେବ ସମ୍ବଲପୁର ସହର ର ମୁଦୀପଡା ର ଏକ ହିନ୍ଦୁ ପରିବାର ଏକ ତାଜିଆ ବାହାର କରି ସାମ୍ପ୍ରଦାୟିକ ସଦଭାବନା ର ଅନନ୍ୟ ଉଦାହରଣ ପେଶ କରି ଆସୁଛନ୍ତି l
୧୬୬୪ ମସିହାରୁ ସମ୍ବଲପୁର ର ପଢିଆରୀ ପରିବାର ଏହି ପରମ୍ପରା କୁ ବହନ କରି ଆସୁଛନ୍ତି l ସବୁଠାରୁ ବଡ଼ କଥା ହିନ୍ଦୁ ଲୋକ ଏହି ତାଜିଆ ନିର୍ମାଣ କରନ୍ତି, ହିନ୍ଦୁ ପରିବାର ଏହାକୁ ବାହାର କରନ୍ତି ଓ ଏକ ମୁସଲିମ ପରିବାର ୮ ପିଢୀ ହେଲା ଏଠାରେ ଫାତିଆ (ପୂଜାର୍ଚନା ) କରନ୍ତି l
ସମ୍ବଲପୁର ମୁଦୀପଡା ର ରାଜେନ୍ଦ୍ର ମୋହନ ପଢ଼ିଆରୀ l ଏହି ପରିବାର ସମ୍ବଲପୁର ର ଏକ ପ୍ରତିଷ୍ଠିତ ପରିବାର l ଏହି ପରିବାର ର ପୂର୍ବଜ ମାନେ ୧୬୬୪ ମସିହାରୁ ନିଜ ଉଦ୍ୟମ ରେ ମହରମ ଦିନ ନିଜ ଘରୁ ତାଜିଆ ବାହାର କରି ଆସୁଛନ୍ତି l ଏଥିପାଇଁ ଏହି ପରିବାର କେବେ ଚାନ୍ଦା ଆଦାୟ କରନ୍ତି ନାହିଁ l ନିଜେ ନିଜ ଖର୍ଚ୍ଚ ରେ ଏକ ହିନ୍ଦୁ ପରିବାର କୁ ତାଜିଆ ତିଆରି କରିବାକୁ କୁହନ୍ତି l ତାଜିଆ ତିଆରି ହେବା ପରେ ନିଜେ ନିଜ ଘରୁ ମହାରମ ତାଜିଆ ବାହାର କରନ୍ତି l ତେବେ ପୂଜା ବା ଫାତିଆ ପଢ଼ନ୍ତି ଏକ ମୁସଲମାନ ପରିବାର l ଏହି ମୁସଲିମ ପରିବାର ମଧ୍ୟ 8 ପିଢୀ ହେଲା ଶ୍ରଦ୍ଧା ର ସହ ଏହି ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି l ଏହି ତାଜିଆ ବାହାର କରିବାରେ ମୁସଲିମ ସମ୍ପ୍ରଦାୟ ର ଲୋକେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରି ଆସୁଛନ୍ତି l
କଣ ରହିଛି ଇତିହାସ :
୧୬୬୪ ମସିହାର କଥା l ସେତେବେଳେ ସମ୍ବଲପୁର ରେ ରାଜା ଶାସନ ଚାଲିଥିଲା l ସେହି ସମୟରେ ସାଉଦି ଆରବ ର ମକ୍କା ରୁ ସମ୍ବଲପୁର କୁ ୨ ଜଣ ମୁସଲମାନ ଫକୀର ଆସିଥିଲେ l ସେମାନେ ଥିଲେ ସୟଦ ମସ୍ତାନ ବାବା ଓ ସୟଦ ନାଜିର ବାବା l ଏହି ୨ ଜଣ ମୁସଲମାନ ବାବା ସେତେବେଳେ ସମ୍ବଲପୁର ମୁଦୀପଡା ର ଏହି ପଢିଆରୀ ପରିବାର ର ଘରେ ରହିଥିଲେ l ସେହି ସମୟରେ ଏହି ୨ ମୁସଲିମ ଫକୀର ସମ୍ବଲପୁର ରାଜା ଙ୍କ ଅନୁମତି ନେଲା ପରେ ଏହି ତାଜିଆ ଶୋଭାଯାତ୍ରା ର ପରମ୍ପରା ଆରମ୍ଭ କରିଥିଲେ l ପରେ ୨ ବାବା ଙ୍କ ମୃତ୍ୟୁ ପୂର୍ବରୁ ସେମାନେ ଏହି ହିନ୍ଦୁ ପଢ଼ିଆରୀ ପରିବାର କୁ ଏହି ତାଜିଆ ଶୋଭଯାତ୍ରା ପରମ୍ପରା କୁ ଜାରି ରଖିବାକୁ ଅନୁରୋଧ କରିଥିଲେ l ସେହି ଦିନ ଠାରୁ ଏହି ହିନ୍ଦୁ ତାଜିଆ ପରମ୍ପରା ଜାରି ରହିଛି l
ଆଉ ଏହି ତାଜିଆର ବିଶେଷତ୍ୱ ହେଉଛି ସମ୍ବଲପୁର ର ଅନ୍ୟ ଯେ କୌଣସି ତାଜିଆ ର ଗମ୍ବୁଜ ର ରଙ୍ଗ ପ୍ରତ୍ୟେକ ବର୍ଷ ପରିବର୍ତ୍ତନ ହେଉଥିବା ବେଳେ କିନ୍ତୁ ଏହି ହିନ୍ଦୁ ତାଜିଆ ର ଗମ୍ବୁଜ ର ରଙ୍ଗ କେବଳ ଲାଲ ହୋଇଥାଏ l ଏହା କେବେ ପରିବର୍ତ୍ତନ ହୁଏ ନାହିଁ l ଏହି ତାଜିଆ ବାହାରିଲେ ହିନ୍ଦୁ ପରିବାରର ଲୋକେ ମଧ୍ୟ ନଡ଼ିଆ ଆଉ ଧୂପ ଦିଅନ୍ତି ଓ ମାନସିକ ରଖନ୍ତି l ବିଶ୍ୱାସ ର ସହ ମାନସିକ କଲେ ଏହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ବାସ୍ତବରେ ସମ୍ବଲପୁର ର ପଢ଼ିଆରୀ ପରିବାର ର ଏହି ନିଆରା ପରମ୍ପରା ସାମ୍ପ୍ରଦାୟିକ ସଦଭାବନା ର ଏକ ନିଆରା ଉଦାହରଣ ଦେଇ ଆସୁଛି l