ସମାଜବାଦୀ କ୍ୟୁବା ପ୍ରତି ସଂହତି ଜଣାଇ ରାଜ୍ୟ ସ୍ତରୀୟ ସମ୍ମେଳନ

ଭୁବନେଶ୍ବର,୨୬/୭ : ଓଡ଼ିଶାରେ ସମାଜବାଦୀ କ୍ୟୁବା ପ୍ରତି ସଂହତି ଜଣାଇ ଏକ ରାଜ୍ୟସ୍ତରୀୟ ଆଲୋଚନା ସଭା ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା କ୍ୟୁବା ଉପରେ ଜାରି ରଖିଥିବା ଅର୍ଥନୈତିକ ଅବରୋଧ, ପର୍ଯ୍ୟଟନ ଉପରେ କଟକଣା, ବିଦ୍ୟୁତ୍ ଯୋଗାଣର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରଯୁକ୍ତି ଶିଳ୍ପ ଉପରେ କଟକଣା ଯୋଗୁଁ କ୍ୟୁବାର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି ଏବଂ ଅର୍ଥିକ ସଂକଟ ତୀବ୍ରତର ହେଉଛି। କ୍ୟୁବାବାସୀ ଖାଦ୍ୟ, ଔଷଧ, ଇନ୍ଧନ ଏବଂ ପରିବହନ ଉପକରଣ ଇତ୍ୟାଦି ରେ ବ୍ୟାପକ ଅଭାବ ସାମ୍ନା କରୁଛନ୍ତି।
ଯୁକ୍ତ ରାଷ୍ଟ୍ର ଆମେରିକାର ଏହି ଅମାନବୀୟ କଟକଣାର ତୀବ୍ର ପ୍ରତିବାଦ କରାଯାଇଛି ଏବଂ କ୍ୟୁବାକୁ ସଂହତି ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି। କ୍ୟୁବା ପାଇଁ ଅର୍ଥ ଆଦାୟ କରି ଜାତୀୟ ସଂହତି କମିଟି କୁ ପ୍ରଦାନ କରିବା ପାଇଁ ଆହ୍ଵାନ ଦିଆଯାଇଛି । ସମ୍ମିଳନୀ ଗୃହ ରେ ୧୦,୫୩୦/ ଟଙ୍କା ତତ୍କାଳ ଆଦାୟ ହୋଇଛି। ଆଜିର ସମ୍ମିଳନୀକୁ ସର୍ବ ସାଥୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ବିଷ୍ଣୁ ମହାନ୍ତି, ଶଶୀ ଭୂଷଣ ସ୍ୱାଇଁ, ସରୋଜ ନାୟକ, ପ୍ରଭାବତୀ ଦାସ ଏବଂ ମିନତୀ ପାଣିଗ୍ରାହୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ସଭାପତି ମଣ୍ଡଳୀ ତରଫରୁ ବିଷ୍ଣୁ ମହାନ୍ତି ସଂହତି ପ୍ରସ୍ତାବ ଅଗତ କରିଥିଲେ। ଏହି ସମ୍ମିଳନୀରେ ସର୍ବଶ୍ରୀ ବିଜୟ ଜେନା, ଦୁଷ୍ମନ୍ତ କୁମାର ଦାଶ, ପ୍ରଫେସର ମାନସ ବେହେରା, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ସୁରେନ୍ଦ୍ର କୁମାର ଜେନା, ଶିକ୍ଷକ ମହାସଂଘ ନେତା ଅକ୍ଷୟ ଦାସ, ଜମେଶ୍ୱର ସାମନ୍ତରାୟ, ବିଜୟ ପଢ଼ିଆରୀ, ରବି ନାରାୟଣ ମଲ୍ଲିକ, ଶଙ୍କର୍ଷଣ ବାରିକ, ନିର୍ମଳ ନାୟକ ଯତୀନ ମହାନ୍ତି, ଅମିତ୍ ସାମନ୍ତରାୟ, କାମଦେବ ନାହାକ, ପ୍ରମୋଦିନୀ ପାଇକରାୟ, ରାକ୍ଷୀ ସ୍ୱାଇଁ, ଏବଂ ଜୟନ୍ତ ଦାସ ପ୍ରମୁଖ ନେତୃବୃନ୍ଦ ବିଭିନ୍ନ ଗଣ ସଂଗଠନ ତରଫରୁ ବକ୍ତବ୍ୟ ରଖି କ୍ୟୁବା ପ୍ରତି ସଂହତି ଜଣାଇଥିଲେ। ସାରା ରାଜ୍ୟରେ କ୍ୟୁବା ସଂହତି ସମ୍ମିଳନୀ ଏବଂ ସଂହତି ପାଣ୍ଠି ଆଦାୟ ପାଇଁ ରାଜ୍ୟବାସୀଙ୍କୁ ଆହ୍ଵାନ ଦିଆଯାଇଛି।
ସମ୍ମିଳନୀରେ ଏକ ୨୧ଜଣିଆ କ୍ୟୁବା ସଂହତି, ଓଡ଼ିଶା ରାଜ୍ୟ କମିଟି ନିର୍ବାଚିତ ହୋଇଛି। ଜନାର୍ଦ୍ଦନ ପତି ଏବଂ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଏହି କମିଟିର ଯୁଗ୍ମ ଆବାହକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି କମିଟିରେ ଦୁଇ ଜଣ ଯୁଗ୍ମ ଆବାହକଙ୍କ ସହିତ ଆଶିଷ କାନୁନଗୋ ଏବଂ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସମେତ ଅଖିଳ ଭାରତ କୃଷି ଶ୍ରମିକ ୟୁନିୟନ୍ (AIAWU)ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA),ଅଖିଳ ଭାରତ କୃଷକ ସଭା (AIKS)ଓଡ଼ିଶା କୃଷକ ସଭା,ଅଖିଳ ଭାରତ ଆଇନଜିବୀ ସଙ୍ଘ(AILU), ଭାରତୀୟ ଆଇନ୍ ଜୀବି ସଂଘ (IAL),ଅଖିଳ ଭାରତ ଶାନ୍ତି ଓ ସଂହତି ସଂଗଠନ( AIPSO),ଅଖିଳ ଭାରତ ଛାତ୍ର ସଙ୍ଘ (AISF),ଅଖିଳ ଭାରତ ଟ୍ରେଡୟୁନିୟନ କଂଗ୍ରେସ(AITUC),ଅଖିଳ ଭାରତ ଯୁବ ସଙ୍ଘ(AIYF),ଭରତୀୟ କ୍ଷେତ ମଜଦୂର ୟୁନିୟନ୍(BKMU), ଭାରତର ଟ୍ରେଡ ୟୁନିୟନ୍ କେନ୍ଦ୍ର(CITU), ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍(DYFI),ନ୍ୟାସନାଲ ଫେଡେରେସନ୍ ଅଫ ଇଣ୍ଡିଆନ ଓମେନ୍ (NFIW),ଭାରତର ଛାତ୍ର ଫେଡେରେସନ୍ (SFI), ଇସକଫ୍, ଶିକ୍ଷକ ମହାସଂଘ ଏବଂ ଓଡ଼ିଶା ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପ୍ରଭୃତି ସଂଗଠନମାନେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ସାମ୍ରାଜ୍ୟବାଦ ବିରୋଧରେ ଲଢ଼ୁଥିବା ସବୁ ସମଭାବାପନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କୁ ଏହି ଅଭିଯାନରେ ସାମିଲ୍ କରିବା ପାଇଁ ଘୋଷଣା କରାଯାଇଛି ।