‘ସତଭାବନା’ ଲାକ୍ଷେ ଘର ସମାଜ ରାଉରକେଲାର ନୂତନ କମିଟିର ଶପଥ ପାଠ

ରାଉରକେଲା,୨୩/୭ : ସେକ୍ଟର -୨ କମ୍ୟୁନିଟି ସେଣ୍ଟରଠାରେ ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ "ସତଭାବନା" ଲାକ୍ଷେଘର ସମାଜ ରାଉରକେଲାର ସଭାପତି ରୋହିତ କୁମାର ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଗଠନର ନୂତନ ଭାବରେ ପଦ ପଦବୀ ଗ୍ରହଣ କରିଥିବା ସଦସ୍ୟମାନଙ୍କର ଶପଥ ପାଠ କରାଯାଇଥିଲା ।
ସଂଗଠନର ନୂତନ ସଭାପତି ଭାବରେ ପ୍ରଦୀପ ସୁରଝଲିଆ, କାର୍ଯ୍ୟକାରୀ ସଭାପତି ଟଙ୍କଧର ବାଗ, ସାଧାରଣ ସମ୍ପାଦକ ଅଶ୍ୱିନି କୁମାର ଶାସିନୀ, କୋଷାଧ୍ୟକ୍ଷ ରାମଚନ୍ଦ୍ର ବୁଖ୍ରା, ଉପ ସଭାପତି ଅଶୋକ କୁମାର ବୁଡା, ବନମାଲି ପ୍ରଧାନ, ବିଜୟ ମହାନନ୍ଦ ଶପଥ ଗ୍ରହଣ କରିଥିବାବେଳେ ସହ ସମ୍ପାଦକ ଭାବେ ଯାଦବ ତାଜନ ଓ ଲିଙ୍ଗରାଜ ଜୟପୁରିଆ ଶପଥ ପାଠ କରିଥିଲେ । ସହ କୋଷାଧ୍ୟକ୍ଷ ଦିବ୍ୟ ମହାନନ୍ଦିଆ, ସାଂସ୍କ୍ରୁତିକ ସମ୍ପାଦକ ଶୁଶିଲ କାନ୍ତା ଓ ରାଜଶ୍ରୀ ବୁଖ୍ରା, ଖେଳ ସମ୍ପାଦକ ଟିକେଶ୍ୱର ତାଣ୍ଡିଆ ଓ ବସନ୍ତ ଦେହୁରିଆ ଶପଥ ଗ୍ରହଣ କରିଥିଲେ । ମହିଳାମାନଙ୍କ ମଧ୍ୟରୁ ଉପ ସଭାପତି ମାନସି ତାଣ୍ଡିଆ ଓ ବିନିତା ତାଣ୍ଡିଆ ଏବଂ ସମ୍ପାଦକ ବିଷ୍ଣୁପ୍ରିୟା ମହାନନ୍ଦିଆ ଓ ଅଞ୍ଜଳି ତନ୍ତି ଶପଥ ଗ୍ରହଣ କରିଥିଲେ । ସଂଗଠନର ଉପଦେଷ୍ଟା ଅଲେଖ ମହାନନ୍ଦିଆ ଓ ରାଜକିଶୋର ଧରୁଆ ଶପଥ ପାଠ କରାଇଥିଲେ । ପୂର୍ବତନ ସଭାପତି ଓ ବର୍ତ୍ତମାନର ଉପଦେଷ୍ଟା ରୋହିତ କୁମାର ମହାନନ୍ଦିଆ ପୁଷ୍ପଗୁଛ ଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ଏକତ୍ରିତ ହୋଇ ସମାଜ ଓ ସଂଗଠନ ପାଇଁ କାମ କରିବେ ବୋଲି ଶୁଭକାମନା ଜଣାଇଥିଲେ ।
ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଉରକେଲା ନାଗ୍ରା ତନ୍ତି ସମାଜ, ସମଲେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ବନ୍ଧମୁଣ୍ଡା, ଲାକ୍ଷେଘର ତନ୍ତି ପାତ୍ରସମ୍ମନୟ ମଞ୍ଚ ଏମିତି ଅନେକ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ନୂତନ କମିଟିକୁ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ । କାର୍ଯ୍ୟକ୍ରମକୁ ମହିମା ଭକ୍ତି ବେଶନ ସଞ୍ଚାଳନ କରିଥିବାବେଳେ ନୂତନ କାର୍ଯ୍ୟକାରି ସଭାପତି ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସତଭାବନା ଲାକ୍ଷେ ଘର ସମାଜ ରାଉରକେଲାର ଶତାଧିକ ସଭ୍ୟସଭ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ "ସତଭାବନା" ଲାକ୍ଷେଘର ସମାଜ ରାଉରକେଲାର ସଭାପତି ରୋହିତ ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟା ଦେଇ ଓ ପ୍ରଦୀପପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ସଂଗଠନର ନୂତନ ଭାବରେ ପଦ ପଦବୀ ଗ୍ରହଣ କରିଥିବା ସଦସ୍ୟମାନଙ୍କର ଶପଥ ପାଠ କରାଗଲା ।
ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଉରକେଲା ନାଗ୍ରା ତନ୍ତି ସମାଜ, ସମଲେଶ୍ୱରୀ ସାକ୍ରୁତିକ ଅନୁଷ୍ଠାନ ବନ୍ଧମୁଣ୍ଡା, ଲାକ୍ଷେ ଘର ତନ୍ତି ପାତ୍ରସମ୍ମନୟ ମଞ୍ଚ ଏମିତି ଅନେକ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ନୂତନ କମିଟିକୁ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତି ମହିମା ଭକ୍ତି ବେଶନ ସଞ୍ଚାଳନ କରିଥିବା ବେଳେ ନୂତନ କାର୍ଯ୍ୟକାରି ସଭାପତି ଧନ୍ୟବାଦ ଜଣାଇଥିଲେ ଏହି କାର୍ଯ୍ୟକ୍ରମରେ ସତଭାବନା ଲାକ୍ଷେ ଘର ସମାଜ ରାଉରକେଲା ଶତାଧିକ ସଭ୍ୟସଭ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।