ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଚାଲୁ ରହିବ: ବିଲ୍ ପାସ୍ ପରେ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ

ଭୁବନେଶ୍ୱର,୩/୮ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି।ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି ।
ଖବର ଅନୁଯାୟୀ, ବିଧାନସଭାରେ ରାଜ୍ୟ ସରକାର ଆଗତ କରିଥିବା ବଜେଟ ଅନୁଯାୟୀ ପୂର୍ବ ସରକରାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି । ବର୍ତ୍ତମାନ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେଓ୍ୱାଇ ଜାରି ରହିବ । ବଜେଟ ସେପ୍ଟେମ୍ବର ୧୦ ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ। ଏହାପରେ ପର୍ୟ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରେ ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ ।