ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରୀ-ରିପବ୍ଲିକ୍ ଡେ ସିଲେକ୍ସନ କ୍ଯାମ୍ପ୍ - ୨୦୨୪

ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରୀ-ରିପବ୍ଲିକ୍ ଡେ ସିଲେକ୍ସନ କ୍ଯାମ୍ପ୍ - ୨୦୨୪

ରାଉରକେଲା,୨୭/୯ : ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ଯୁନିସପାଲ ମହାବିଦ୍ୟାଳୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଏବଂ ଏନ୍ଏସ୍ଏସ୍ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରୀ-ରିପବ୍ଲିକ୍ ଡେ ସିଲେକ୍ସନ କ୍ଯାମ୍ପ୍ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଏନ୍ଏସ୍ଏସ୍ ରିଜିଓନାଲ ଡାଇରେକ୍ଟରେଟ, ଭୁବନେଶ୍ବର ଦ୍ବାରା ପ୍ରାୟୋଜିତ ଏହି ତ୍ରୀଦିବସିୟ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ମ୍ଯୁନିସପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ, ପ୍ରଫେସର ଡକ୍ଟର ବଂଶୀଧର ମାଝି, ପ୍ରଫେସର ସରୀତା ପଟେଲ, ପ୍ରଫେସର ଡକ୍ଟର ରମେଶ ଚନ୍ଦ୍ର ବେହେରା। ଆଜି ଏହି କାର୍ଯ୍ୟକ୍ରମରେ ମ୍ଯୁନିସପାଲ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ଯାପିକାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। 

ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯିବା ସହ ଛାତ୍ରୀମାନଙ୍କ ଦ୍ଵାରା ମାତୃ ବନ୍ଦନା ଗାନ କରାଯାଇ କାର୍ଯକ୍ରମ ଆରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ପରେ, ମହାବିଦ୍ୟାଳୟର ଏନ୍ଏସ୍ଏସ୍ ପକ୍ଷରୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା। ଆଜିର ବିଷୟବସ୍ତୁ ଉପରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ ।