ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭିଇଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭିଇଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ରାଉରକେଲା,୧୨/୧୨ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ତରଫରୁ ସୁନ୍ଦରଗଡ ଜିଲ୍ଲା ବିଲେଇମୁଣ୍ଡ ଗ୍ରାମରେ ଏକ ନୂତନ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଭିଇଦକ୍ଷତା ପ୍ରତିଷ୍ଠା ହୋଇଛି । ଏହି କେନ୍ଦ୍ର ମାଧ୍ୟମରେ ଅଂଚଳର ଗରିବ ଯୁବତୀ/ଯୁବକମାନଙ୍କୁ ନିଯୁକ୍ତି ସହ ଜଡିତ ତାଳିମ୍ ପ୍ରଦାନ କରାଯିବା ସହ ସୁନ୍ଦରଗଡ ଜିଲ୍ଲାର ହେମଗିରି ଅଞ୍ଚଳ ଓ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକର ଅଶାୟୀ ଯୁବତୀ ଯୁବକମାନଙ୍କୁ ସେବା ଯୋଗାଇ ଦିଆଯିବ। 

ହେମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜିଏମଏସ ସଭାପତି ଗୋପାଳ ପଧାନ, ମୁଣ୍ଡେଲଖେତର ସରପଂଚ ସନ୍ନ୍ୟାସୀ ବାଗ ଓ ଗର୍ଜନଜୋର ସରପଂଚ ସୁନନ୍ଦା କାଲୋଙ୍କ ସମେତ ଅନ୍ୟ ଅତିଥିମାନଙ୍କର ଉପସ୍ଥିତିରେ ସୁନ୍ଦରଗତ ସଦର ଉପ-ଜିଲ୍ଲାପାଳ ଦାଶରଥ ସରାବୁ ଏହି ଦକ୍ଷତା ପ୍ରଶିକ୍ଷଣ କେତକୁ ଉଦଘାଟନ କରିଥିଲେ। ବେଦାନ୍ତ ଆଲିମିନିୟମ ସ୍କୁଳନେଟ ଇଣ୍ଡିଆ ଲିମିଟେଡ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମିଳିତ ଉଦ୍ୟୋଗ ଲର୍ଣ୍ଣନେଟ ସ୍କିଲ୍ ସହ ଭାଗିଦାରୀ କରିଛି। ଏହି କେନ୍ଦ୍ରରେ ସିଲେଇ ତାଳିମ,ବୈଦ୍ୟୁତିକ ରକ୍ଷଣାବେକ୍ଷଣ ଏବଂ ଖାଦ୍ୟପେୟ ସହ ପାନୀୟ ସେବା ଉପରେ ପାଠ୍ୟକ୍ରମ ପ୍ରଦାନ ହୁଏ।। ଏହି ପ୍ରକଳ୍ପର ଲକ୍ଷ୍ୟ ହେଲା। 

ଆଗାମୀ ୩ବର୍ଷ ମଧରେ ୭ଶହ ଗ୍ରାମୀଣ ଯୁବତୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରାଇବା। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ ପାଇଁ ୧୦୫ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବାବେଳେ ଭିଇଦକ୍ଷତା ପ୍ରତି ସ୍ଥାନୀୟ ଲୋକ ଆଗ୍ରହ ଦେଖାଉଛନ୍ତି। ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରରେ ଉନ୍ନତ ଭିତିଭୂମି ଅଛି, ଯେଉଁଥରେ ଏକ ବହୁମୁଖି ହଲ, ଏକ ଡିଜିଟାଲ ପ୍ରଶିକ୍ଷଣ କେନ୍ଦ୍ର, ବ୍ୟବସାୟିକ କକ୍ଷ ଓ ଉଭୟ ବାଳିକା ବାଳକଙ୍କ ପାଇଁ ପୃଥଜ ହଷ୍ଟେଲ ସୁବିଧା ରହିଛି। ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତ। କହିଛନ୍ତି ଯେ, ଯୁବବର୍ଗଙ୍କୁ ଦକ୍ଷ କରିବା ସହିତ ଏହି ଅଂଚଳର ସାମାଜିକ-ଅର୍ଥନୈତିକ ଢାଞ୍ଚାର ଉନ୍ନତ ଏହାର ମୁଳଲକ୍ଷ୍ୟ ରହିଛି। ବେଦାନ୍ତ ଆଲୁମିନିୟମ କୋଇଲା ଖଣି ସିଓଓ କଂସଜିତ ଭୌମିକ କହିଛନ୍ତି ଭିଇଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ ବେଦାନ୍ତର ଦକ୍ଷତା ବିକାଶ ପଦକ୍ଷେପ ମାଧମରେ ଆସୁନିର୍ଭଶୀଳ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଅଛି।

କମ୍ପାନୀର ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ ଦଶରଥ ସରାବୁ କହିଥିଲେ ଯେ, ଏହି କେନ୍ଦ୍ର ଅଂଚଳ ପାଇଁ ଆତ୍ମନିର୍ଭର ହେବାର ମାର୍ଗ ପ୍ରସସ୍ତ କରିବ। ଏହା କେବଳ ଯୁବବର୍ଗଙ୍କ ଉନ୍ନତି କ୍ଷେତ୍ରରେ ଏକତା ଫଳପ୍ରଦ ହେବ ନାହିଁ ବରଂ ଜିଲ୍ଲାର ଅର୍ଥନୈତିକ ଉନ୍ନତିକୁ ମଧ୍ୟ ପ୍ରୋତ୍ସାହିତ କରିବା ।