ବଧୁ ହତ୍ୟା ଅଭିଯୋଗରେ ଶାଶୁ , ନଣଦ ଓ ସ୍ୱାମୀ ଗିରଫ

ବଧୁ ହତ୍ୟା ଅଭିଯୋଗରେ ଶାଶୁ , ନଣଦ ଓ ସ୍ୱାମୀ ଗିରଫ

ଖୁଣ୍ଟା,୯/୧୧ : ବିବାହିତ ମହିଳା ଝୁଲିଲେ ନ ଝୁଲାଇ ଦେଲେ । ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମାଠିଆଭଙ୍ଗା ଗ୍ରାମରେ। 

ପ୍ରକାଶ ଯେ, ବଡ଼ସାହି ଥାନା ଅଧିନ ନିଶ୍ଚିନ୍ତପୁର ଗ୍ରାମର ମକରା ସେଠୀଙ୍କ ଝିଅ ଆରତୀ (୨୪) କିଛି ବର୍ଷ ପୂର୍ବେ ମଠିଆଭଙ୍ଗା ଗ୍ରାମର ସୁମନ୍ତ ସେଠୀଙ୍କୁ ବିବାହ କରିଥିଲେ । ବିବାହର ମାତ୍ର କିଛିଦିନ ପରେ ଆରତୀଙ୍କୁ ତାଙ୍କ ଶାଶୁ, ସ୍ୱାମୀ ଏବଂ ନଣନ୍ଦ ମିଶି ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଆରତୀ ନିଜ ବାପ ଘରକୁ ପଳାଇଯାଇଥିଲେ । ଏବଂ ଏ ସଂପର୍କରେ ବଡ଼ସାହି ଥାନାରେ ଆରତୀ ଅଭିଯୋଗ ମଧ୍ୟ କରିଥିଲେ । କିଛି ମାସ ପରେ ଶଶୁର ଘର ଲୋକେ ଆରତୀଙ୍କୁ ବୁଝା ସୁଝା କରି ଶଶୁର ଘର ମଠିଆ ଭଙ୍ଗାକୁ ନେଇ ଆସିଥିଲେ । ମାତ୍ର ଏହା ଥିଲା ତାଙ୍କ ଜୀବନର ଶେଷ ଯାତ୍ରା l ଶୁକ୍ରବାର ଆରତୀ ବେକରେ ଏପରନ ଲଗାଇ ଆତ୍ମହତ୍ୟା କରିଥିବା ନେଇ ସ୍ୱାମୀ ସୁମନ୍ତ ତାଙ୍କର ବାପ ଘର ଲୋକଙ୍କୁ ଜଣାଇଥିଲେ। ସୂଚନାପାଇ ଆରତୀଙ୍କ ଘର ଲୋକେ ମାଠିଆଭଙ୍ଗା ଗ୍ରାମରେ ଜ୍ବାଇ ସୁମନ୍ତଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ଏବଂ ମୃତଦେହ ଟି ଏକ ଖଟିଆ ଉପରେ ରହିଥିବା ଦେଖିବାକୁ ପାଇଥିଲେ। ତେବେ ଝିଅର ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ । ଏବଂ ଆରତୀ ଆତ୍ମହତ୍ୟା କରି ନାହାଁନ୍ତି । ବରଂ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଆରତୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୁପ ଦେବା ପାଇଁ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଅନେକ ନିର୍ଯାତନା ଦେଇ ଆସୁଥିବାବେଳେ ଶେଷରେ ହତ୍ୟା କରିଥିବା କହିଛନ୍ତି ମୃତ ଆରତୀଙ୍କ ବାପଘର ଲୋକେ । 

ଖବରପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ଜାରି ରଖିଛି । ଏବଂ ଏ ସଂପର୍କରେ ମୃତକଙ୍କ ବାପା ମକରାଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ଥାନାରେ କେସ ନମ୍ବର ୩୪୮ / ୨୪ରେ ଏକ ମାମଲା ରୁଜୁ କରିଛି ପୋଲିସ । ଅନ୍ୟପଟେ ମୃତକଙ୍କ ସ୍ୱାମୀ ସୁମନ୍ତ, ଶାଶୁ ଶାନ୍ତିଲତା, ସମେତ ନଣନ୍ଦ ମାମା ସେଠିଙ୍କୁ ଗିରଫ କରାଯାଇଥିବା ପୋଲିସ ସୁଚ଼ନା ଦେଇଛି । ତେବେ ମୃତକଙ୍କ ଏକ ୪ ବର୍ଷର ସନ୍ତାନ ଥିବା ଜଣାପଡ଼ିଛି ।