ଠେଲକୋପଡାରେ ଯୁବକଙ୍କୁ ହତ୍ୟା

ଠେଲକୋପଡାରେ ଯୁବକଙ୍କୁ ହତ୍ୟା

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା)୯/୧୧ : ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ଠେଲକୋପଡାରେ ଯୁବକଙ୍କୁ ହତ୍ୟା l ମୃତ ଯୁବକ ଜଣକ ହେଉଛନ୍ତି ଠେଲକୋପଡାର ସୋନି ଷଣ୍ଢ l ଆଜି ସକାଳୁ ଜଣେ ଯୁବକଙ୍କ ସହ ସୋନିଙ୍କ ଝଗଡା ହୋଇଥିଲା ବୋଲି ସୂଚନା ମିଳିଛି l ସମ୍ବଲପୁର ସଦର SDPO ତୁଫାନ ବାଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ ଟା ୩୦ରେ ୩ ରୁ ୪ଜଣ ଯୁବକ ସୋନିଙ୍କୁ ମାଡ଼ ମାରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି l 

ଏହାପରେ ପରିବାର ଲୋକେ ଗୁରୁତର ସୋନିଙ୍କୁ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ନେଇଥିଲେ ତେବେ ସେଠାରେ ସୋନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏହାପରେ ସମ୍ବଲପୁର ଏସପିଙ୍କ ନିର୍ଦେଶକ୍ରମେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ ଗଠନ ହୋଇଥିବା SDPOତୁଫାନ ବାଗ ସୂଚନା ଦେଇଛନ୍ତି l ତେବେ ହତ୍ଯାକାଣ୍ଡ ପରେ ପୋଲିସ ପକ୍ଷରୁ ଠେଲକୋପଡାରେ ବ୍ୟାପକ ଫୋର୍ସ ଘଟଣାସ୍ଥଳରେ ମୂତୟନ କରାଯାଇଛି l