ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର, ୧୭/୮ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଜ୍ୟ ସରକାର ଆଜି ଅପରାହ୍ନରୁ ଗ୍ରହଣ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ତ୍ରିପାଠୀଙ୍କୁ ବିଜେଡି ସରକାର ୨୦୨୦ ଡିସେମ୍ବର ମାସରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦର ଦାୟିତ୍ୱ ଦେଇଥିଲେ ।