ଜଣେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଓ ଲୁଟ୍

ରାଉରକେଲା,୧୨/୧୨ : ରାଉରକେଲା ପୋଲିସ ଜିଲ୍ଲାର ଟିକାୟତପାଲି ଥାନା ଅନ୍ତର୍ଗତ ଜର୍ଡାପାଲିରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ବୁଧବାର ବିଳମ୍ବିତ ରାତିରେ ଜର୍ଡାପାଲି ଗ୍ରାମର ଦେବେନ୍ ବେହେରାଙ୍କ ଘରେ ଘଟିଛି । ଦେବନଙ୍କ ପତ୍ନୀ ସମ୍ୟାମୟୀ ଘରେ ଥିବା ବେଳେ ୨ ଜଣ ଯୁବକ ଆସି ତାଙ୍କ ଘର କବାଟ ବାଡେଇ ଥିଲେ। ମହିଳା କବାଟ ଖୋଲିବା ସମୟରେ ଦୁବୃର୍ତ୍ତ ଦ୍ବୟ ତାଙ୍କ ବେକରୁ ସୁନା ଚେନ୍ ଲୁଟି ଥିଲେ। ମହିଳା ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲେ।
ପରେ ବାଇକରେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ମହିଳାଙ୍କୁ ବଣାଇଁ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ମୃତ ବୋଲି ମୃତ ଘୋଷଣା କରିଥିଲେ। ଟିକାୟତ ପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।