ପାଣ୍ଡିଆନ ହିଁ ଟିକେଟ୍‌ ବାଣ୍ଟନ୍ତି : ପ୍ରସନ୍ନ ପାଟ୍ଟଶାଣୀ

ପାଣ୍ଡିଆନ ହିଁ ଟିକେଟ୍‌ ବାଣ୍ଟନ୍ତି : ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର, ୧୨/୪ : ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍‌ଗାର ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍‌ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ  

ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି ପାଣ୍ଡିଆନ ହିଁ ଟିକେଟ୍‌ ବାଣ୍ଟନ୍ତି ନବୀନ ମିଛ କହୁଛନ୍ତି । କେବଳ ପାଣ୍ଡିଆନ ପାଇଁ ହିଁ ଦଳ ହାରିଛି ପାଣ୍ଡିଆନଙ୍କ ପାଇଁ ଦଳ ଭାଙ୍ଗିଯାଉଛି ତଥାପି ଲାଜ ଲାଗୁନି ତାଙ୍କ ସପୋର୍ଟରେ କହୁଛ ବିଜେଡିରେ ଏବେ ପ୍ରବଳ କନ୍ଦଳ । ଜଣଙ୍କ ପରେ ଜଣେ ନେତା ଗଣମାଧ୍ୟମରେ ମୁହଁ ଖୋଲି ପାଣ୍ଡିଆନଙ୍କ ବିରୋଧରେ ବର୍ଷୁଛନ୍ତି । ହେଲେ ନବୀନ ବାବୁ ବାରମ୍ବାର ତାଙ୍କୁ କ୍ଲିନ୍‌ଚିଟ୍‌ ଦେଉଛନ୍ତି । ଯାହାକୁ ନାପସନ୍ଦ କରୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି, ଦଳ ବୁଡ଼ିଗଲାଣି ହେଲେ ବି ନବୀନ ବାବୁଙ୍କ ଚେତା ପଶୁନି । ତାଙ୍କ ସମର୍ଥନରେ କହିବାକୁ କେମିତି ଲାଜ ଲାଗୁନି ବୋଲି ସେ ପ୍ରଶ୍ନ ବି କରିଛନ୍ତି । ବରିଷ୍ଠ ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ସତ । 

ନବୀନ-ପାଣ୍ଡିଆନଙ୍କୁ ନେଇ ପାଟ୍ଟଶାଣୀ କହିଛନ୍ତି ମୁଁ ଯାହା ଦେଖିଛି ତାହା କଣ କହିହେବ । ମହୁ ଫେଣାରେ ମହୁ ଅଛି ବୋଲି କହି ତେରଛା ବାଣ ମାରିଛନ୍ତି ପ୍ରସନ୍ନ । ଏହାସହ କହିଛନ୍ତି, ଚେତାବନୀ କାମ ଦେବ ନାହିଁ । ଅଳ୍ପଦିନ ପରେ ସବୁ ଦେଖିବ । ମୁଁ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇଛି । ନଚେତ୍‌ ପଲିଟିକାଲ ଡେଥ୍‌ ହୋଇଯାଇଥାଆନ୍ତା ବୋଲି କହିଛନ୍ତି ପ୍ରସନ୍ନ ମୋଟ୍‌ ଉପରେ ବିଜେଡିରେ ଯେଉଁ ଘଟଣା ଘଟୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ବିଜେଡି ନେତା ପ୍ରତିଦିନ ବିସ୍ଫୋରଣ କରୁଛନ୍ତି । ହେଲେ ପ୍ରସନ୍ନ ପାଟ୍ଟଶାଣୀ ଯେଉଁ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।