ଆସନ୍ତା ୪ତାରିଖରେ ମଞ୍ଚସ୍ଥ ହେବ ନାଟକ "କଳିଯୁଗେ ଜଗନ୍ନାଥ"

ଆସନ୍ତା ୪ତାରିଖରେ ମଞ୍ଚସ୍ଥ ହେବ ନାଟକ "କଳିଯୁଗେ ଜଗନ୍ନାଥ"

ଭୁବନେଶ୍ବର,୨/୭ : ଆସନ୍ତା ଗୁରୁବାର ତଥା ଜୁଲାଇ ୪ତାରିଖରେ ମଞ୍ଚସ୍ଥ ହେବ ନାଟକ "କଳିଯୁଗେ ଜଗନ୍ନାଥ" । ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପଠାରେ ସନ୍ଧ୍ୟା ୬ ଘଟିକା ସମୟରେ ଏହି ନାଟକ ପ୍ରଦର୍ଶିତ ହେବ । ରଥଯାତ୍ରା ଅବସରରେ ମଞ୍ଚସ୍ଥ ହେବ ଏହି ନାଟକ । ODISHA LINKS ପ୍ରସ୍ତୁତି କଳିଯୁଗରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ଓ ଭାବବକ୍ତିକୁ ନେଇ ଆଧାରିତ ଏହି ସମାଜିକ ନାଟକ। 

ପରିକଳ୍ପନା, ରଚନା ଓ ନିର୍ଦ୍ଦେଶନାରେ ନାରାୟଣ ଚନ୍ଦ୍ର ଓଝା(ବାପୁ) ଥିବାବେଳେ ମଞ୍ଚରେ ଅଞ୍ଚନ୍ତି ପ୍ରଜ୍ଞାଦତ୍ତ ସାହୁ, ଆଲୋକରେ ସଞ୍ଜୟ ପ୍ରଧାନ, ସଙ୍ଗୀତରେ ଅଞ୍ଜନ ଥିବାବେଳେ ପୋଷାକରେ ଅଛନ୍ତି ମାମା । ପ୍ରବେଶ ସମ୍ପୂର୍ଣ୍ଣ ଭାବେ ନିଶୁଳ୍କ ରହିଛି । ଏଣୁ ଆପଣମାନେ ସପରିବାର ପ୍ରେକ୍ଷାଳୟରେ ଉପସ୍ଥିତ ରହି ନାଟକ ଦେଖିବାକୁ ବିନମ୍ର ନିବେଦନ କରାଯାଇଛି l