ଆଜି ଓଡ଼ିଶା ଆସୁଛନ୍ତି ରାହୁଲ-ଖଡଗେ

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ-ଖଡଗେ

ଭୁବନେଶ୍ବର,୧୧/୭ : ଆଜି ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଯାଇଛି । ଆଜି ଭୁବନେଶ୍ବରର ବରମୁଣ୍ଡା ପଡିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହେବ ।

ଏପଟେ ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହା ତାଙ୍କ ପାଇଁ ଏକ ବଡ଼ ଆହ୍ବାନ କହିଲେ କିଛି ଭୁଲ ହେବ ନାହିଁ । ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ଏତେ ବଡ଼ ସମାବେଶ ହେଉଛି ।