ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ଆୟୋଜନ

ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ଆୟୋଜନ

ଭୁବନେଶ୍ବର,୧୨/୨ : ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରେକ୍ଷାଳୟରେ “ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ୨୦୨୬” ର ଆୟୋଜନ ପୂର୍ବର ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ, ଓମ୍‌ସା ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ମିଶ୍ର, ଶ୍ରୀକାନ୍ତ କୁମାର ସାମଲ ଉପସ୍ଥିତ ରହି ଆସନ୍ତା ଫେବୃଆରୀ ୧୩ ରୁ ୧୫ ତାରିଖ ପର୍ୟ୍ୟ ନ୍ତ ବରମୁଣ୍ଡା ପ୍ରଦର୍ଶନୀ ପଡିଆରେ ହେବାକୁ ଯାଉଥିବା ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ୨୦୨୬ର ପ ମ ସଂସ୍କରଣ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ।

ଏଥିରେ ପ୍ରଦର୍ଶନ ହେବାକୁ ଥିବା ନୂତନ ଜ୍ଞାନ କୌଶଳରେ ନିର୍ମିତ ମେଡିକାଲ ଉପକରଣ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ ଜଣାଇଛନ୍ତି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କମ୍ପାନୀ ଯୋଗଦେବା ସହ ଓଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି ।