ହିନ୍ଦ ମଜଦୁର ସଭା ପକ୍ଷରୁ ଇଏସଆଇ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା,୧୫/୮ : ରାଉରକେଲାସ୍ଥିତ ଓଡ଼ିଶାର ଏକମାତ୍ର ESIC Model Hospitalରେ ଗତ ବର୍ଷ ନଭେମ୍ବର ମାସରୁ ଏହି ହସ୍ପିଟାଲରେ ଜଣେ ଜଣେ କରି ପ୍ରତି ବିଭାଗରେ ବିଶେଷଜ୍ଞ ଡାକ୍ତର ଥିଲେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ବା ବଦଳି କରାଯାଇଛି । ତାହା ପରଠାରୁ କେବଳ ସ୍ତ୍ରୀ ଓ ପ୍ରସୂତୀ ରୋଗ,ଶିଶୁ ରୋଗ ଓ ସର୍ଜରୀ,ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ଛାଡ଼ିଲେ ଅନ୍ୟ ସମସ୍ତ ବିଭାଗର ଡାକ୍ତରଙ୍କୁ ନେଇ ଅନଗୁଳଠାରେ ବସାଇ ରଖିଛନ୍ତି । ମଡେଲର ସୁପରିଣ୍ଟେଣ୍ଡାଣ୍ଟ ଦିଲ୍ଲୀସ୍ଥିତ ମୁଖ୍ୟାଳୟର ନିର୍ଦ୍ଦେଶରେ ରିଲିଜ୍ କରିଥିବାରୁ ସଫେଇ ଦେଇଛନ୍ତି । କିନ୍ତୁ ଅଲଟ୍ରାସାଉଣ୍ଡ,ଏମ୍ ଆର୍ ଆଇ,ସିଟି ସ୍କାନ୍ ରେଫର୍ ବନ୍ଦ ଅଛି । ଏକ ବର୍ଷ ଚାରି ମାସ ହେଲାଣି ଏକ୍ସରେ ମେସିନ୍ ଅଚଳାବସ୍ଥାରେ ଅଛି ଏବଂ ଗତ ଏକ ବର୍ଷ ହେଲାଣି ।
ରୋଗୀଙ୍କ ପାଇଁ ଶଯ୍ୟା ନିକଟରେ ଥିବା ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ରଖିବା ପାଇଁ ଉଦିଷ୍ଟ ଥିବା ୫୬ ଟି ଲକର ଅନ୍ତବିଭାଗରୁ ୨୦ଟିରେ ଲକର ନାହିଁ । ୬ମାସରୁ ଅଧିକ ସମୟ ଧରି ବିନା ତକିଆରେ ଚାଲିଛି ରୋଗୀଙ୍କ ସେବା । ଏଥି ସହିତ ନର୍ସିଂ ଅର୍ଡରଲି ଓ ଷ୍ଟ୍ରଚରରେ ରୋଗୀଙ୍କୁ ନେବା ଆଣିବା କରିବା ପାଇଁ କର୍ମଚାରୀ ନିୟୋଜିତ କରିବା, ରୋଗୀଙ୍କ ପାଇଁ ଖାଦ୍ୟରେ ପୂର୍ବରୁ ଚାଲିଥିବା ସପ୍ତାହରେ ତିନି ଦିନ ଆମିଷ ଖାଦ୍ୟ ବ୍ୟବସ୍ଥା ଚାଲୁ ରଖିବା, ବାହ୍ୟ ବିଭାଗର ରୋଗୀଙ୍କ ପାଇଁ ଉଦିଷ୍ଟ ଟିଭି ପୁନଃ କାର୍ଯ୍ୟ କ୍ଷମ କରିବା ଦାବି ନେଇ ହିନ୍ଦ ମଜଦୁର ସଭା ତରଫରୁ ଏକ ସ୍ଵତନ୍ତ୍ର ଭାବେ କ୍ରାନ୍ତି ଦିବସରୁ ପାଳିତ ବିରୋଧ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ହିନ୍ଦ ମଜଦୁର ସଭା ରାଜ୍ଯ ସମ୍ପାଦକ ଦିଗମ୍ବର ମହାନ୍ତି,ହରେକୃଷ୍ଣ ପାଢୀ, AITUC ନେତା କୈଳାସ ଚନ୍ଦ୍ର ନାୟକ ସମେତ ହିନ୍ଦ ମଜଦୁର ସଭାର ଜଗବନ୍ଧୁ ଜେନା, ଦିଲିପ ଜେନା, ଗୌତମ ମହାରଣା, ବିମଳ ବେହୁରିଆ, କହ୍ନେଇ ବେହେରା, କୃଷ୍ନ କୁମାର, ନଟବର ପାତ୍ର, ଜିତେନ୍ଦ୍ର ମଲ୍ଲିକ, ଅଜୟ ନାୟକ, ହେମନ୍ତ ବାରିକ, ବିନୋଦ ତପୋ ପ୍ରଭୃତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ମଡେଲ ହସ୍ପିଟାଲ ସୁପରିଣ୍ଟେଣ୍ଡାଣ୍ଟ ଡାକ୍ତର ଜୟନ୍ତୀ ବେହେରାଙ୍କ ଦ୍ଵାରା କର୍ମଚାରୀ ରାଜ୍ୟ ବୀମା ନିଗମ ଡାଇରେକ୍ଟର ଜେନେରାଲ ଓ ମେଡିକାଲ୍ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅବ୍ଯବସ୍ଥା ତୁରନ୍ତ ସୁଧାରିବା ପାଇଁ ଡଃ ବେହେରା ପ୍ରତିଶ୍ରୁତି ଦେଇଥିଲେ ।