ସୋସିଆଲ ମିଡ଼ିଆରୁ ମୁଡ଼୍ ପରଖୁଛନ୍ତି କି ସନ୍ନ୍ୟାସୀ ପାଣ୍ଡିଆନ

ଭୁବନେଶ୍ବର,୩୦/୭ : ସୋସିଆଲ ମିଡ଼ିଆରୁ ଓଡ଼ିଶା ଲୋକଙ୍କ ମୁଡ୍ ପରଖୁଛନ୍ତି କି ସନ୍ନ୍ୟାସୀ ଭି.କେ ପାଣ୍ଡିଆନ । ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଗୋଟିଏ ନାରା ତୁମେ ଫେରିଆସ । ଯାହାକି ସେ ବିଗତ ଦିନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ କଥା କହି ଦୂରେଇ ଥିଲେ । କିନ୍ତୁ ବର୍ତ୍ତମାନ ଯାହା ଜଣାପଡ଼ୁଛି କି ସେ ପୁଣି ସକ୍ରିୟ ରାଜନୀତିକୁ ଫେରିବାକୁ ଚାହୁଁଛନ୍ତି । ଏଥିଲାଗି ପରୀକ୍ଷାମୂଳକଭାବେ ସେ ଏବେ ସୋସିଆଲ ମିଡ଼ିଆରେ ଲୋକଙ୍କ ମୁଡ୍ ପରଖୁଥିବା ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି । ଯାହା କୁହାଯାଉଛି ତାଙ୍କ ସ୍ତ୍ରୀ ସୂଜାତା କାର୍ତ୍ତିକେୟନ ଆଗାମୀ ଦିନରେ ବିଜେଡିରେ ମିଶିବେ ଏବଂ କାର୍ଯ୍ୟ ସମ୍ଭାଳିବେ ବୋଲି ।
ସୋସିଆଲ ମିଡ଼ିଆ ଖୋଲିଲେ ଭି.କେ ପାଣ୍ଡିଆନଙ୍କ ପିକ୍ ଘୁରିବୁଲୁଛି । ବିଭିନ୍ନ ପ୍ରକାରର ପୋଷ୍ଟର ସହ ଆସୁଛି । ଯେମିତି କି ପୁଣି ଫେରିଆସୁ । ଏଭଳି କିଛି ପୋଷ୍ଟର ଦେଖିବା ପରେ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି ପୁଣି ସକ୍ରିୟ ରାଜନୀତିକୁ ଫେରିବେ କି ଭିକେ ପାଣ୍ଡିଆନ ।
ପ୍ରକାଶ ଯେ, ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିଲେ । ତେବେ ଓଡ଼ିଶାରେ ୨୪ ବର୍ଷ ଶାସନ କରିଥିବା ବିଜେଡିର ଅପ୍ରତ୍ୟାଶିତ ପରାଜୟ ପାଇଁ ଏବେ ବିଭିନ୍ନ ମହଲରେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଇଥିଲା । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ । ଏହା ସହିତ ବିଜେଡିର ପରାଜୟ ପାଇଁ ସେ ବିଜେଡି କର୍ମୀଙ୍କୁ ହାତ ଯୋଡ଼ି କ୍ଷମା ମଧ୍ୟ ମାଗିଥିଲେ ।
ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶାସନ କ୍ଷମତାକୁ ନ ଆସିଲେ ମୁଁ ରାଜନିତୀରୁ ସନ୍ନ୍ୟାସ ନେବି ବୋଲି ପୂର୍ବରୁ କହିଥିଲେ ପାଣ୍ଡିଆନ । ଫଳରେ ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିଲେ ପାଣ୍ଡିଆନ । ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା ।