ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଟ୍ରେନ୍ ଚଳାଚଳ ପ୍ରଭାବିତ

ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଟ୍ରେନ୍ ଚଳାଚଳ ପ୍ରଭାବିତ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା ),୨୧/୮ : ଅଖିଳ ଭାରତୀୟ ST/SC ସମ୍ୱନ୍ମୟ ସମିତିର ନେତୃତ୍ୱରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ପରିଲକ୍ଷିତ ହୋଇଛି l ଏହାର ସମର୍ଥନ କରି ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି l ଭୀମ ଆର୍ମି ସହ ବିଭିନ୍ନ ସମର୍ଥିତ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି l ଅଖିଳ ଭାରତୀୟ ST SC ସମ୍ୱନ୍ମୟ ସମିତି ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିଦେବାକୁ ଷଡଯନ୍ତ୍ର କରାଯାଉଥିବାର ଅଭିଯୋଗ କରି ଏହି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l

ଏହାକୁ ସମର୍ଥନ କରି ଆଜି ଭୀମ ଆର୍ମି ସହ ବିଭିନ୍ନ ସଂଗଠନ ପକ୍ଷରୁ ସକାଳ ୬ଟାରେ ସମ୍ବଲପୁର ରେଳ ଷ୍ଟେସନ ଠାରେ ସମ୍ବଲପୁର ପୁରୀ ଓ ସମ୍ବଲପୁର ରାୟଗଡା ଇଣ୍ଟର୍ସିଟି ଟ୍ରେନକୁ ଆନ୍ଦୋଳନକାରୀ ଅବରୋଧ କରିଛନ୍ତି l ଉଭୟ ଟ୍ରେନ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି l ପୋଲିସ ଅଧିକାରୀ ଙ୍କ ଉପସ୍ଥିତି ରେ ଟ୍ରେନ ରୋକ ଆନ୍ଦୋଳନ କରାଯାଇଛି l

ଅନ୍ୟପଟେ ଆନ୍ଦୋଳନକାରୀ ସମ୍ବଲପୁରରେ ସବୁ ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ, ବଜାର,ବ୍ୟବସାୟିକ ପ୍ରତିଷ୍ଠାନ,ଗାଡି, ମୋଟର, ସବୁ ୧୨ଘଣ୍ଟା ପାଇଁ ବନ୍ଦ ଡାକରା ଦେଇଛନ୍ତି l ତେବେ ଅତ୍ୟାବଶ୍ୟକ ସେବା କୁ ବନ୍ଦ ରୁ ବାଦ ଦିଆ ଯାଇଛି l ଏହି ଆନ୍ଦୋଳନ ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି l