ଶିମିଳିପାଳରେ କ୍ରମଶଃ ହ୍ରାସ ପାଉଛି ତାପମାତ୍ରା
ଖୁଣ୍ଟା, ୧୫/୧୧ : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତାର ପ୍ରଭାବ ଦେଖିବାକୁ ମିଳିଛି । ଶିମିଳିପାଳର ଉପର ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ଵାରା ଶନିବାର ସକାଳ ୬ସମୟରେ ରେକର୍ଡ଼ ହୋଇଥିବା ତାପମାତ୍ରା ରିପୋର୍ଟ ପ୍ରଦାନ କରାଯାଇଛି । ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୩ଡିଗ୍ରୀ ସେଲସିୟସ ତାପମାତ୍ରା ଛୁଇଁଥିବାବେଳେ ଚହଲାରେ ୭ଡିଗ୍ରୀ, ନଅଣାରେ ୮ଡିଗ୍ରୀ, ବରେହିପାଣିରେ ୯ଡିଗ୍ରୀ , ଗୁଡୁଗୁଡିଆ ୧୦ଡିଗ୍ରୀ, କିଆଝରି ୧୩ଡିଗ୍ରୀ ଏବଂ ରାମତୀର୍ଥ ଓ ସାତକୋଶିଆରେ ୧୪ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Editor 


