ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରେ ଲକ୍ଷେ ଭୁଲ

ଭୁବନେଶ୍ବର,୨୮/୨ : ଚାରି ଧାଡ଼ିକିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ୍ ରିଲିଜରେ ଲକ୍ଷେ ଭୁଲ । ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ସରକାରକୁ ଆସିଛି । ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଯଦି ଆମେ ନଜର ପକାଇବା ତେବେ ବିଗତ ଦିନରେ ବହୁ ବାର ଭୁଲ ଥିବା ଦେଖାଯାଉଛି । ଆମେ ସେ ସବୁ ଆଡ଼କୁ ଯିବାନି । ଭିଡ଼ିଓ ଭାଇରାଲ ହେବା ପରେ ଏ ସବୁ ଘଟଣା ଉପରେ ବାରମ୍ବାର ଆଲୋଚନା ବି ହେଉଛି । ତା’ପରେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭାଷଣ ପ୍ରାୟ ସମୟରେ ଭୁଲ ହେଉଛି ଏବଂ ତାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।
ଏଇ ଯେମିତି ଏବେ ଏବେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରେ ଲକ୍ଷେ ଭୁଲ । ସେଠାରେ କାର୍ଯ୍ୟରତ କର୍ମଚାରୀ ଲକ୍ଷାଧିକ ଟଙ୍କା ନେଉଛନ୍ତି । ମାତ୍ର ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ସରକାରଙ୍କ ଚାରି ଧାଡ଼ିକିଆ ବାର୍ତ୍ତା ବି ଭୁଲ ହେଉଛି । ତାହା ଦୁଃଖ ପରିତାପର ବିଷୟ । ଯାହା ଗଣମାଧ୍ୟମକୁ ପ୍ରଚାର ପ୍ରସାର ପାଇଁ ଦିଆଯାଉଛି ସେଥିରେ ବି ତ୍ରୁଟି ଦେଖାଦେଉଛି । ଏବେ ଏହା ଗୁରୁତ୍ବପୂର୍ଣ୍ଣ ବିଷୟ କି କାହାର ଭୁଲ ଏଠି । ଯଦି ଏହା ମନୁଷ୍ୟ କୃତ ସେଠାରେ କାହିଁକି ତ୍ରୁଟିକୁ ଦେଖାଯାଉ ନାହିଁ । ଯଦି ସେଠାରେ ଅନଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ତେବେ ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ପାଉନାହାନ୍ତି କି । ନା ସେଠାରେ ବି ତେଲ ମାଲିସରେ ଚାକିରୀ ମିଳୁଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ବି ଜନସାଧାରଣକୁ ଭୁଲ ଯାଉଛି । ସାଧାରଣରେ ପ୍ରଶ୍ନ ଉଠିବା ଏହା ସ୍ବାଭାବିକ । ଯଦି ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀ ୨୪ବର୍ଷ ଓଡ଼ିଆ କହିପାରିଲେନି ବୋଲି ଆମେ ସବୁବେଳେ ନିନ୍ଦା କରୁଛେ ତେବେ ଆଜିର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଜନସାଧାରଣକୁ କିଭଳି ଭୁଲ ଯାଉଛି । ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ବାର୍ତ୍ତା ଦିଆଯାଇଛି ସେଥିରେ ଲକ୍ଷେ ଭୁଲ ଥିବା ନଜର ଆସୁଛି । ଆସନ୍ତୁ ଦେଖିବା ଆମ ମୁଖ୍ୟମନ୍ତ୍ରୀଙ୍କ ଚାରି ଧାଡ଼ିକିଆ ପ୍ରେସ ବାର୍ତ୍ତାର ଲକ୍ଷେ ଭୁଲ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଉତ୍ତମ ଥିଲେ ଓଡ଼ିଆ ସିନେ ଜଗତର ଧୃବ ତାରା
ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସଂପନ୍ନ ପାଇଁ ନିଷ୍ପତ୍ତି
ଭୁବନେଶ୍ୱର
୨୭ ଫେବୃଆରୀ ୨୦୨୫
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ପରଲୋକ ଗତ ଆତ୍ମାର ସଡଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ର ପରିବାର ବର୍ଗଙ୍କ ପାଇଁ ସମ ବେଦନା ପ୍ରକାଶ କରିଛନ୍ତି