ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର,୨୦/୧୧ : ବିଦ୍ୟାଳୟଗୁଡ଼ିକର ଅନୁରୋଧକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା (ମାଟ୍ରିକ୍), ଏସ୍ଓଏସସି (SOSC) (ପ୍ରଥମ) ଏବଂ ମାଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖକୁ ବୃଦ୍ଧି କରିଛି।

ଫର୍ମ ପୂରଣ କରିବାର ଅବଧିକୁ ବୃଦ୍ଧି କରାଯାଇ ନଭେମ୍ବର ୨୮, ୨୦୨୫ ପର୍ୟ୍ୟରନ୍ତ ଧାର୍ୟ୍ୟି କରାଯାଇଛି। ପୂର୍ବରୁ, ନିୟମିତ ତଥା ଏକ୍ସ-ନିୟମିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର ୮ରୁ ନଭେମ୍ବର ୨୨, ୨୦୨୫ ପର୍ୟ୍ୟ ନ୍ତ ଚାଲିବାର ଥିଲା। ପରିଷଦ ସ୍ପଷ୍ଟ କରିଛି ଯେ ନଭେମ୍ବର ୨୮ ପରେ ଆଉ କୌଣସି ଅବଧି ବୃଦ୍ଧି କରାଯିବ ନାହିଁ।ଛାତ୍ରଛାତ୍ରୀମାନେ ଅଧିକ ସୂଚନା ପାଇଁ BSE ଅଫିସିଆଲ୍ ୱେବସାଇଟ୍ bseodisha.ac.inପରିଦର୍ଶନ କରିପାରିବେ।