ବଳଙ୍ଗା ଘଟଣା ; ଆମକୁ ଦମନ ନୁହେଁ, ନ୍ୟାୟ ଦିଅ : ତାପସ ଦେ

ବଳଙ୍ଗା ଘଟଣା ; ଆମକୁ ଦମନ ନୁହେଁ, ନ୍ୟାୟ ଦିଅ : ତାପସ ଦେ

ଭୁବନେଶ୍ବର, ୪/୮ :  ଓଡ଼ିଶା ରାଜ୍ୟର ବଳଙ୍ଗାରେ ଘଟିଥିବା ଘଟଣାକୁ ନେଇ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ତାପସ ଦେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ବଳଙ୍ଗା ଘଟଣା ହୃଦୟ ବିଦାରକ ଓ ଲଜ୍ଜାଜନକ ଘଟଣା। ଏହି ଅପରାଧ ମାନବତା ଉପରେ ଏକ ଅସ୍ପଷ୍ଟ ଆଘାତ ଯେଉଁଥିରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ପ୍ରଶାସନ ମୌନ ରହିଥିବା ଅତ୍ୟନ୍ତ ଦୁଃଖଦ। ଏହି ଅନ୍ୟାୟ ବିରୋଧରେ ଛାତ୍ର କଂଗ୍ରେସ  ନ୍ୟାୟ ପାଇଁ ଅନ୍ଦୋଳନ ଆରମ୍ଭ କରିଛି।

ଏପରିକି ନାରୀ ନ୍ୟାୟ ପାଇଁ ଲଢୁଥିବା ଛାତ୍ର କଂଗ୍ରେସ ନେତାଙ୍କୁ ଗିରଫ କରିବା ଓ ନାରୀ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସମୟରେ ପ୍ରାୟ ୫,୦୦୦ ଠାରୁ ଅଧିକ କଂଗ୍ରେସ କର୍ମୀଙ୍କ ଉପରେ ମାମଲା ରୁଜୁ କରିବା ଏକ ଅସହିଷ୍ଣୁ ରାଜନୈତିକ ଦମନ ପ୍ରୟାସ। ଆମେ ସଂଘଟିତ ଭାବେ ସରକାରଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଦମନ କରି ନ୍ୟାୟ ଚାହିଁଥିବା ଦେଶର ଯୁବଶକ୍ତିକୁ ଚୁପ କରାଯାଇପାରିବ ନାହିଁ।

ବଳଙ୍ଗା ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ପୀଡିତାକୁ ନ୍ୟାୟ ଦିଆଯାଉ ବୋଲି ଆମେ ଦାବି କରୁଛୁ। ଯଦି ସରକାର ଏଥିପାଇଁ ବିଫଳ ହୁଅନ୍ତି ତେବେ ଛାତ୍ର କଂଗ୍ରେସ ଓଡ଼ିଶାର ଘର ଘର, ଗାଁ ଗାଁ ଓ ହର ହରରେ ଜନତାଙ୍କ ସହ ଆନ୍ଦୋଳନର ଅଗ୍ନିଜ୍ୱାଳା ଜଗାଇବ।