ଟୁଙ୍କି ଜଳପ୍ରପାତରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
ଖୁଣ୍ଟା,୧୮/୧୦ : ଜଳପ୍ରପାତ ବୁଲିବାକୁ ଆସିଥିଲେ । ପ୍ରପାତ ରେ ଗାଧୋଉ ଥିବା ବେଳେ କୁଣ୍ଡରେ ବୁଡ଼ି ଜୀବନ ହାରିଲେ ଜଣେ ୧୮ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ତଥା ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଟୁଙ୍କି ଜଳ ପ୍ରପାତରେ l
ସୂଚନା ଅନୁଯାୟୀ, ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ଅମିତ ପାତ୍ରଙ୍କ ପୁଅ ସୌମିତ କୁମାର(୧୮) ଶନିବାର ତାଙ୍କର ସାଙ୍ଗଙ୍କ ସହିତ ଟୁଙ୍କି ଜଳପ୍ରପାତ ବୁଲିବାକୁ ଆସିଥିଲେ । ମଧ୍ୟାହ୍ନ ସମୟରେ ଜଳ ପ୍ରପାତରେ ଗାଧୋଉଥିବା ସମୟରେ ଅସାବଧାନତା ବସତ ଉକ୍ତ କୁଣ୍ଡରେ ବୁଡ଼ି ଯାଇଥିଲେ l ଘଟଣା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ସୁଚନା ଦେବା ସହ ସୌମିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଉଦ୍ଧାର କରିବା ଚେଷ୍ଟା କରିଥିଲେ । ପରବର୍ତ୍ତି ସମୟରେ ଘଟଣାସ୍ଥଳରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୧୫ଫୁଟ ଗଭୀର ମଧ୍ୟରେ ପଥରରେ ଫସି ହୋଇ ରହିଥିବାବେଳେ ସୌମିତଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସୌମିତଙ୍କର ମୃତ୍ୟୁ ଘଟିଥିବା ଡ଼ାକ୍ତର ଘୋଷଣା କରିଥିଲେ ।
ମୃତକ ଜଣକ ବାପମାଆଙ୍କ ଏକ ମାତ୍ର ପୁତ୍ର ହୋଇଥିବାବେଳେ ସେ ଲକ୍ଷ୍ମୀପୋଷୀସ୍ଥିତ ମୟୁରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂର ଡିପ୍ଲମା ଛାତ୍ର ବେଲି ଜଣାପଡ଼ିଛି । ମୃତ ଛାତ୍ରଙ୍କ ପରିବାର ଲୋକେ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି । ଏହାକୁ ନେଇ ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।

Editor 


