ଉପାସନାଙ୍କ ଭୋଟକୁ ନେଇ ବିବାଦ
ଭୁବନେଶ୍ଵର,୧୬/୩ : ଆଜି ରାଜ୍ୟସଭା ଆସନ ଲାଗି ମତଦାନ ଜାରି ରହିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍କୁ ନେଇ ବିବାଦ ଦେଖାଦେଇଛି। ବାଲଟ୍ ପେପରରେ ଓଭର ରାଇଟିଂ ପାଇଁ ଉପାସନା ଦ୍ବିତୀୟ ବାଲଟ୍ ମାଗିଛନ୍ତି। ଯାହାକୁ ବିଜେଡି ଏବଂ କଂଗ୍ରେସ ଏଜେଣ୍ଟ ମାନେ ବିରୋଧ କରିଥିବାବେଳେ ମତଦାନ କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ସେପଟେ ଉପାସନାଙ୍କ ଭୋଟ୍ କୁ ନେଇ ନବୀନ ଅଭିଯୋଗ ଆଣିଛନ୍ତି। କହିଛନ୍ତି ବିଧାୟିକା ଉପାସନା ଭୋଟଦାନରେ ତ୍ରୁଟି କରିଛନ୍ତି।
ଯେଉଁ ଅଧିକାରୀ ସେଠାରେ ଥିଲେ ନିୟମ ଉଲ୍ଲଙ୍ଘନ କରିଛନ୍ତି। ବେଆଇନ ଭାବେ ତାଙ୍କୁ ଦ୍ବିତୀୟ ବାଲଟ୍ ଦେଇଛନ୍ତି। ବେଆଇନ ଭାବେ ତାଙ୍କ ଭୋଟ୍କୁ ଗ୍ରହଣ କରିଛନ୍ତି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧ। ଏବଂ ନିର୍ବାଚନ ଆଇନର ଉଲ୍ଲଙ୍ଘନ କରାଯାଇଛି।

Editor 


