ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ଝାଞ୍ଜି ଖରାକୁ ବୃଷ୍ଟି ରଖି ଦହି ସରବତ ବଣ୍ଟନ

ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ଝାଞ୍ଜି ଖରାକୁ ବୃଷ୍ଟି ରଖି ଦହି ସରବତ ବଣ୍ଟନ

ଭୁବନେଶ୍ୱର,୨୧/୫ : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଜିବକା ଦୁର୍ବିସହ ହୋଇପଡ଼ିଥିବାବେଳେ ରାସ୍ତାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଡହ ଡହ ଖରାରେ ଟ୍ରାଫିକ ପୋଷ୍ଟ ପାଖରେ ଅଟକି ରହିବା ଫଳରେ ପଥଚାରୀମାନେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ଅନୁଭବ କରୁଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ନୟାପଲ୍ଲୀ ଗ୍ରାଫିକ ଛକଠାରେ ଗୁରୁବାର ଦିବା ୧୧ଘଟିକାରୁ ୨ଘଟିକା ପର୍ଯ୍ୟନ୍ତ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ବାରା ଦହି ସରବତ ବଣ୍ଟନ କରିବା ସହ ଓଆରଏସ୍ ବଣ୍ଟନ କରାଯାଇଥିଲା ।

ଏଥିସହିତ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ମୁଣ୍ଡରେ ସଫା କପଡ଼ା, ସାଥୀରେ ପାଣି ନେଇ ବାହାରକୁ ବାହାରିବା ପାଇଁ ସଚେତନ କରାଯାଇଥିଲା । ଏଥିସହିତ ରାସ୍ତାରେ ପଥଚାରୀ ଅସୁସ୍ଥତା ଅନୁଭବ କଲେ ସଙ୍ଗେ ସଙ୍ଗେ ମେଡ଼ିକାଲ ପଠାଇବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି ।

ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଦାଶିବ ବେହେରା, ଜମ୍ବେଶ୍ଵର ବିଶ୍ଵାଳ, ପ୍ରତାପ କୁମାର ସାହୁ, ରିଆ କିନ୍ନର, ସୋନାଲି କିନ୍ନର, ରୀନା କିନ୍ନର, ଶୁଭ କିନ୍ନର, ଶାଳିନୀ କିନ୍ନର, ନେହା, ଶିବାନୀ, ତୁଳସୀ, କଇଁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାଫିକ ପୋଲିସ୍ ଅଫିସରମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।