୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର

୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ଵର,୨୦/୫ : ୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ। ନିୟମିତ ହେବ କୋର୍ଟ ମ୍ୟାନେଜର ପଦବୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ମିଳିବ। 

ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ ୨୦୨୬ ଆସିବ। ଯେଉଁଥିରେ ବେଆଇନ୍ ମାଛଧରା ବନ୍ଦ ହେବ। ଆର୍କିଓଲୋଜିକାଲ୍ କ୍ୟୁରେଟର୍ ସର୍ଭିସ୍ ରୁଲ୍ ୨୦୨୬ରେ ନିଯୁକ୍ତି ଓ ପଦୋନ୍ନତି ନିୟମ ତିଆରି ହେବ।ST-SC ବିଭାଗରେ ମିନିଷ୍ଟେରିଆଲ୍ ନିଯୁକ୍ତି ନିୟମ ବଦଳିଛି। ଫଳରେ ସର୍କଲ୍ ଇନସ୍ପେକ୍ଟରଙ୍କ ପଦୋନ୍ନତି ସହଜ ହେବ। 854 କୋଟିର ପାୱାର୍ ପ୍ରୋଜେକ୍ଟକୁ ମିଳିଛି ଅନୁମତି। ଓପିଟିସଏଲ ୪୦୦କେଭି ଗ୍ରିଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ କରିବ।ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ ହେବ। ଇଜ ଅଫ ଡୁଇଂ ବିଜନେସରେ ରିଟେଲ୍ ସେଲ୍ ଲାଇସେନ୍ସ ଆଉ ଦରକାର ନାହିଁ, କଲେକ୍ଟର ଏନୋସି ଯଥେଷ୍ଟ।