ଅରିନ୍ଦମଙ୍କ ମନ୍ତବ୍ୟକୁ ନେଇ ତାତିଲେ ସାମ୍ବାଦିକ, ଥାନାରେ ଏତଲା
ଭୁବନେଶ୍ବର,୨୦/୫ : ସାମ୍ବାଦିକମାନଙ୍କୁ କଦର୍ଯ୍ୟ ଭାଷାରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା । ବିଜେପି ନେତା ଅରିନ୍ଦମ ରୟଙ୍କ ନାଁରେ ଏତଲା । ଟାଙ୍ଗୀ ଚୌଦ୍ୱାରର ସାମ୍ବାଦିକମାନେ ଏକାଠି ହୋଇ ଅରିନ୍ଦମ ନାଁରେ ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ ରଖିଛନ୍ତି l
ସୂଚନା ଅନୁସାରେ, ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅରିନ୍ଦମ ରୟ ଓ ଅଭୟ ବାରିକଙ୍କ ଦବଙ୍ଗଗିରୀ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଅରିନ୍ଦମ ସାମ୍ବାଦିକମାନଙ୍କୁ ଅତି କଦର୍ଯ୍ୟ ଭାଷାରେ ଫେସବୁକରେ ଲାଇଭ୍ ଆସି ମନ୍ତବ୍ୟ ଦେଇଥିଲେ। ଏହି ଭିଡିଓ ଭାଇରାଲ ପରେ ଏହା ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦାର ବିଷୟ ପାଲଟିଛି l ସେ କହିଥିଲେ, ନିୟୁଜ କରି ଦି ଅଣା ଚାରଣା ରୋଜଗାର କରୁଛନ୍ତି ଓ ଘରକୁ ସାମ୍ବାଦିକମାନେ ଚାଉଳ ନେଉଛନ୍ତି l ଯାହାକୁ ସାମ୍ବାଦିକମାନେ ବିରୋଧ କରିଛନ୍ତି ।

Editor 


