ଜାପାନରେ ୬.୭ ତୀବ୍ରତାର ଭୂକମ୍ପ

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ, ୧୨/୧୨ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୀବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା ।

ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । ତେଣୁ ଲୋକମାନଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।