୨୭ରେ ଫ୍ଲୋରକୁ ଆସୁଛି ଓଡ଼ିଆ ସିନେମା ‘ଅତିଥି’

ଭୁବନେଶ୍ବର, ୧୬/୯ : ରିଲ୍ସ ଆଣ୍ଡ୍ ରିଲ୍ସ ବ୍ୟାନରରେ ତିଆରି ହୋଇଛି ଓଡ଼ିଆ ଚଳଚ୍ଚିତ୍ର ’ଅତିଥି’– ଦ ଅନୱାଣ୍ଟେଡ୍ ଗେଷ୍ଟ', ଯାହା ଚଳିତ ମାସ ୨୭ରେ ସିନେମା ଘରକୁ ଆସିବ । ୩ ଜଣ ଉଚ୍ଚଶିକ୍ଷିତ ଯୁବକ କିପରି ପ୍ରତିଶୋଧ ପରାୟଣ ହୋଇ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ଏକ ପରିବାରକୁ ବନ୍ଧକ ରଖିଛନ୍ତି। ଘଟଣାକୁ ଜଣେ ଦକ୍ଷ ପୁଲିସ୍ ଅଧିକାରୀ ନିଜ ଦଳ ସହ ପରିଚାଳନା କରୁଛନ୍ତି। ଶେଷରେ ସମ୍ପୃକ୍ତ ଯୁବକମାନଙ୍କ ସତ୍ୟତା ଜଣାପଡୁଛି। ତା ପରେ କାହାଣୀ କି ମୋଡ଼ ନଉଚି ତାହା ଜାଣିବା ପାଇଁ ହଲ୍କୁ ଯିବାକୁ ପଡ଼ିବ।
ସିନେମାର ମୁଖ୍ୟ ଭୂମିକାରେ ସୁକାନ୍ତ ରଥ, ଚିନ୍ମୟ ମିଶ୍ର, ମନୋଜ ମିଶ୍ର, ଅନୁ ଚୌଧୁରୀ, ଦିବ୍ୟାଦିଶା, ଅଭିଷେକ, ଦୀପନ୍ବିତ, ସାୟଲ, ଶ୍ରୁତି ଶୁଭଶ୍ରୀ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ଏଥିରେ ୩ଟି ଗୀତ ରହିଛି । ‘ତୁ ମୋ ପଲକର ଛାଇକୁ ଲେଖିଛନ୍ତି ରାକେଶ, ଗାଇଛନ୍ତି କୁଲଦୀପ ଓ ସଞ୍ଚିତା। ଦ୍ବିତୀୟ ଗୀତ ‘ଅଜଣା ଅତିଥି’କୁ ଲେଖିଛତି ସ୍ଥିତ ପଟ୍ଟନାୟକ, ଗାଇଛନ୍ତି ହ୍ୟୁମାନ୍ ସାଗର ଓ ଅର୍ପିତା।
ସଙ୍ଗୀତରେ ସଜାଇଛନ୍ତି ସୋମେଶ ଶତପଥୀ। ତୃତୀୟ ଗୀତ ‘ରାତି ସରେ’କୁ ଲେଖିଛନ୍ତି ସୁମିତ, ଗାଇଛନ୍ତି ବିରାଜ। ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରବିନାରାୟଣ ଦାସ । କାହାଣୀ ରଚନା କରିଛନ୍ତି ମାନସ ପଢ଼ିଆରୀ। ନିର୍ଦ୍ଦେଶନା ଭାର ନେଇଛନ୍ତି ଅଜୟ ପାଢ଼ୀ। ପ୍ରଥମ ଥର ଓଡ଼ିଆ ସିନେମା ପ୍ରଯୋଜନାରେ ସ୍ଥିତ ପଟ୍ଟନାୟକ ପ୍ରବେଶ କରିଥିଲାବେଳେ ସହ ପ୍ରଯୋଜନାରେ ସହାୟତା କରିଛନ୍ତି ପ୍ରତିମା ପଟ୍ଟନାୟକ। ଅତିଥି "ଏକ ଚିତ୍ତାକର୍ଷକ ଥ୍ରୀଲର ସିନେମା ଯାହା ଏକ ଅପ୍ରତ୍ୟାଶିତ ଅତିଥିଙ୍କ ଅନ୍ଧକାର ଏବଂ ରହସ୍ୟମୟ ଦୁନିଆରେ ପ୍ରବେଶ କରାଇବ। ଏହି ସିନେମାରେ ସାଧାରଣ ଦେଖାଯାଉଥିବା ଚେହେରା ପଛର ଗଭୀରତାକୁ ମାପିବାରେ ନିର୍ଦେଶକ ଅଜୟ ପାଢ଼ୀଙ୍କ ନିର୍ଦେଶନାର ଜଟିଳତା ଦେଖିପାରିବା। ସ୍ଥିତ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ସ୍କ୍ରିନ୍ ସ୍କ୍ରିପ୍ଟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଅନୁମାନ ରଖିବାକୁ ବାଧ୍ୟ କରେଇବ।