୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ରାଉରକେଲା,୧୮/୧୨ : ୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜଲଦା ତରଫରୁ ଜଲଦା ସି ବ୍ଲକ ପଡ଼ିଆ ଠାରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏଥିରେ ଜିଲ୍ଲାର ୧୬ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ସେକ୍ଟର ୧୯ ଏଲଆଇସି କାର୍ଯ୍ୟାଳୟର ବରିଷ୍ଠ ପ୍ରବନ୍ଧକ ସଞ୍ଜୟ କୁମାର ରାଉତ ଓ ସହାୟକ ପ୍ରବନ୍ଧକ ନାରାୟଣ ସେଠୀ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ଆୟୋଜନ କମିଟିର ସଭାପତି ଚିତ୍ତରଞ୍ଜନ ଭୂମିଜ, ସଂପାଦକ ସୁନିଲ ଭଞ୍ଜ ଓ କୋଷାଧ୍ୟକ୍ଷ ଶଙ୍କର ରାଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଦଳକୁ ଏକ ଲକ୍ଷ ନଗଦ ଅର୍ଥ ସହ ଟ୍ରଫି, ରନର୍ସ ଅପ୍ ଦଳକୁ ୭୦ ହଜାର ନଗଦ ଅର୍ଥ ସହ ଟ୍ରଫି ତଥା ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୧୫ହଜାର ନଗଦ ଅର୍ଥ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଫରୱାର୍ଡ, ଶ୍ରେଷ୍ଠ ଗୋଲ କିପର, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରାଯିବ। ଫାଇନାଲ ଖେଳ ପୂର୍ବରୁ ମହିଳା ଫୁଟବଲ୍ ଖେଳାଳୀ ଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳିଛି। 

ଆଜିର ଏହି ମ୍ୟାଚକୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଦର୍ଶକ ଉପଭୋଗ କରିଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଉପଦେଷ୍ଟା ପିତାମ୍ବର ଭୁମିଜ, ବୁଦ୍ଦୁରାମ ଖାଡିଆ, ଘନଶ୍ୟାମ କାୟସ୍ଥ, ସୁକଦେବ ପୁରାନ, ମନବୋଧ ଭୁମିଜ, ଦିସମ୍ବର ପଶାୟତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।