୨୦୨୫-୨୬ ଆର୍ଥିକ ବର୍ଷ ଅତିରିକ୍ତ ବଜେଟ୍ ଆଗତ ; ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩କୋଟି ଟଙ୍କା ବ୍ୟୟ ବରାଦ
ଭୁବନେଶ୍ବର,୨୮/୧୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ୩,୩୮୯, କାର୍ଯ୍ୟକ୍ରମ ବ୍ୟୟ ୧୩,୭୧୬, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୭୧, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୬୪ ମୋଟ୍ ୧୭,୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି ।
ସ୍ବାସ୍ଥ୍ୟ ସେବା :
- ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ ୯୯୪କୋଟି ଟଙ୍କା ପ୍ରଦାନ କରାଯାଇଛି ।
- କଟକ ମେଡ଼ିକାଲ କଲେଜରେ ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଉନ୍ନତିକରଣ ନିମନ୍ତେ ୫୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୁଲଭ ତୃତୀୟକ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ୪୦କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
- ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

Editor 


