୨ୟ ଅନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୪ ଉଦଘାଟିତ

୨ୟ ଅନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୪ ଉଦଘାଟିତ

ଭୁବନେଶ୍ୱର,୨୭/୧୨ : ଦ୍ୱିତୀୟ ଅନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୪ ଉଦ୍ଘା୍ଟିତ । ଏହି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଭାରତୀୟ ଶାସ୍ତ୍ରୀୟ ଓ ପାରମ୍ପାରିକ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା ଏବଂ ଆନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାର ଓ ପ୍ରସାର କରିବା । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ମହାନଦୀ କୋଲଫିଲ୍ଡ୍ଡ ଲିମିଟେଡ୍‍ (ଏମ୍‍.ସି.ଏଲ୍‍) ଆନୁକୁଲ୍ୟରେ ଦାସି ସାଂସ୍କୃତିକ ଗ୍ରାମ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଉଦ୍ଘାୟଟିତ ହୋଇଯାଇଛି । ଏହି ଦୁଇ ଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ବିଦେଶ, ଦେଶ ତଥା ରାଜ୍ୟର ନୃତ୍ୟଶିଳ୍ପୀମାନେ ଯୋଗଦାନ କରୁଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଘଟିକାରୁ । ଓଡ଼ିଶୀ ଏକକ ନୃତ୍ୟରେ କୁମାରୀ ସ୍ୱୟଂସିଦ୍ଧା, ପ୍ରତ୍ୟୁଷି ବେହେରା, ଭୁମିଶ୍ରୀ ମହାନ୍ତି, ସୁଚିସ୍ମିତା ସାହୁ, ଦିବ୍ୟାଶା ଦିବ୍ୟଦର୍ଶିନୀ ସ୍ୱାଇଁ, ମିରଗଂକୀ ସ୍ୱାଇଁ, ତପସ୍ୱନୀ ସଡଙ୍ଗୀ, ରଶ୍ମିତା ଦାଶ, ଶୁଭପ୍ରୀୟା ଖଟୁଆ, ମନିଷା ନନ୍ଦ, ଭବ୍ୟତା ସାହୁ, ଶୁଶ୍ରି ସ୍ୱାଗତିକା, ବିପାଶା ବେହେରା, ଶୁଭଜିତ୍‍ ଖଟେଇ, ଶତାବ୍ଦୀ ତନୟା ପାଣି, ଅଶ୍ଳେଷ ରୟ, ଜୟଶ୍ରୀ ସାହୁ, ଜୋର୍ତିମୟୀ ସାହୁ, ଅଂସିତା ସାହୁ, ଶୁକ୍ରୀତି ମିଶ୍ର, ସାଇଶ୍ରୀୟା ବେହେରା, ଆରୁଷି ସ୍ୱାଇଁ, ସାଇ ସନ୍ଭୀ ଧଳ, ସାଇଶ୍ରୀ ପ୍ରୀୟଦର୍ଶିନୀ, କିତ୍ତ୍ରୀ ରାଣି ରାଉତ, ଆତ୍ମଜା ବଳ, ଅୟନ୍ୟା ରୟ, ତନିଶା ଗୁରୁ, ବିଦ୍ୟାଶି ଜେନା, କେ କାବ୍ୟା, ଗ୍ରୀତିକା ବିଶ୍ୱାଳ, ଅର୍ଣ୍ଣ ପଲ୍‍, ଅଦ୍ୱିତ ନନ୍ଦି, ମାନଭୀ, ସାଇ ସମିକ୍ଷା ରାଉତ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ ।

ଅପରାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଦିବା ୨.୩୦ ଘଟିକାରୁ । ଓଡ଼ିଶୀ ଏକକ ନୃତ୍ୟ ପରିବେଷଣ କରିଥିବା ଶିଳ୍ପୀମାନେ ହେଲେ ଅଦ୍ୱିତା ଦିକ୍ଷୀତ, ଦିଶା ଦେବ ଦିପ୍ତ, ଭବର ଲହାରୀ, କେ ପ୍ରସନ୍ନ ସଡ଼ଙ୍ଗୀ, ରିଙ୍କି ମେହର, ଆରାଧ୍ୟ ଅନୁରାଧା ମହାପାତ୍ର, ସୋନିକ୍ଷୀ ପ୍ରୀୟଦର୍ଶନୀ, ସସ୍ମିତା ଦାଶ, ଭାରତୀ ସାହୁ ଆଲିଶା ପାତ୍ର ଏବଂ ଅନ୍ୟ ଶିଳ୍ପୀମାନେ । ସଂଧ୍ୟା ଅଧିବେଶନ ଉପସ୍ଥାପନରେ ଥିଲା ଓଡ଼ିଶୀ ଏକକ ଓ ଦଳଗତ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ର୍ମିରାହ କର, ଜୀଭିକା କୁମାରୀ, ବାଗ୍ମୀ ଶତପଥୀ, ନିଲାଞ୍ଜନା ରୟ, ଅନନ୍ୟା ଜୁଗାଡ଼େ, ଗୁରୁ ଜ୍ୟୋତି ରାଉତଙ୍କ ଅନୁଷ୍ଠାନର ଶିଳ୍ପୀ ବୃନ୍ଧ, ପ୍ରଜ୍ଞାନ ଦାଶ, ଦୀପା ବିଶ୍ୱକର୍ମା, ଶର୍ମିଷ୍ଟା ମହାପାତ୍ର, ମୀରା ଶ୍ରୀତା ଦାସ, ଅନନ୍ୟା ଦାସ, ଗୁରୁ ଶିବ ଶଙ୍କର ମେହେର ଏବଂ ଗୁରୁ ରମା ରଞ୍ଜନ କହଁର । ଭୁବନେଶ୍ୱର ଏକ ଅଗ୍ରଣୀ ନୃତ୍ୟାନୁଷ୍ଠାନ ଦାସୀ ସାଂସ୍କୃତିକ ଗ୍ରାମ ଦ୍ୱାରା ଆୟୋଜିତ ଏହି ଆନ୍ତର୍ଜାତିକ ଅର୍କ ନୃତ୍ୟ ଉତ୍ସବକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଉଦ୍‌ଘାଟନୀ ଉତ୍ସବର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ବିଷାରଦ ରମା ରଞ୍ଜନ କହଁର, ଭାଗ୍ୟଶ୍ରୀ ଦାସ, ଶ୍ରୀମତୀ ଭାଗ୍ୟଶ୍ରୀ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଜ୍ୟୋତି ରାଉତ, ପ୍ରମୋଦ ବିଶ୍ୱାଳ ଓ ଦାସି ସାଂସ୍କୃତିକ ଗ୍ରାମ ଅନୁଷ୍ଠାନର ସଭାପତି ନାରାୟଣ ମହାପାତ୍ର । ଶିବଶଙ୍କର ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ମଞ୍ଚ ପରିଚାଳନା କରିଥିଲେ ବୁଦ୍ଧଦେବ ଦାଶ ।